କଟକ ଅଫିସ,୨୦ା୩: ବହୁ ବର୍ଷ ପରେ ଷ୍ଟେଟ୍ ଡେଣ୍ଟାଲ କାଉନ୍ସିଲ୍ ପୁନଃଗଠିତ ହୋଇଛି। ରାଜ୍ୟ ସରକାରଙ୍କ ସହାୟତାରେ ଅତିରିକ୍ତ ଡିଏମ୍ଇଟି ପ୍ରଫେସର ଡା. ଉମାକାନ୍ତ ଶତପଥୀ ଓ ଭାରପ୍ରାପ୍ତ ରେଜିଷ୍ଟ୍ରାର ଡା. ସୁବାସ ଚନ୍ଦ୍ର ରାଜ ନୂତନ ସଦସ୍ୟ ଓ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶେଷ କରିଛନ୍ତି। ନୂତନ କାଉନ୍ସିଲ୍ରେ ସଭାପତି ଭାବେ ଏସ୍ସିବି ଦନ୍ତ ଚିକିତ୍ସା ମହାବିଦ୍ୟାଳୟର ବରିଷ୍ଠ ସହକାରୀ ପ୍ରଫେସର ଡା. ଆଶିଷ କୁମାର ବାରିକଙ୍କୁ ମନୋନୀତ କରାଯାଇଛି। ସେହିପରି ଉପସଭାପତି ଭାବେ ଡ. ରାଧା ପ୍ରସନ୍ନ ଦଳାଇ, ସଚିବ ତଥା ରେଜିଷ୍ଟ୍ରାର ଭାବେ ଡା. ସୁବାସ ଚନ୍ଦ୍ର ରାଜ ଏବଂ ସଦସ୍ୟ ଭାବେ ଡିଏମ୍ଇଟିଙ୍କ ସମେତ ବିଭିନ୍ନ ଦନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବରିଷ୍ଠ ଦନ୍ତରୋଗ ବିଶେଷଜ୍ଞଙ୍କୁ ସାମିଲ କରାଯାଇଥିବା ଜଣାପଡିଛି।