Posted inଜାତୀୟ

ବିହାରକୁ ବଡ଼ ଝଟ୍‌କା ଦେଲେ ମୋଦି ସରକାର, ଆଉ ମିଳିବନି…

ନୂଆଦିଲ୍ଲୀ, ୨୨।୭: ମୋଦି ସରକାରଙ୍କ ତୃତୀୟ ପାଳି ବଜେଟ୍‌ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୩ ତାରିଖରେ ସଂସଦରେ ଉପସ୍ଥାପନ ହେବାକୁ ଯାଉଛି । ଏହାର ଠିକ୍‌ ପୂର୍ବରୁ ବିହାରକୁ ବଡ଼ ଝଟ୍‌କା ଲାଗିଛି । ବିହାରର ସ଼୍ବତନ୍ତ୍ର ରାଜ୍ୟ ଦାବିକୁ ନେଇ ମୋଦି ସରକାର ଜବାବ ରଖିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧରୀ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଅନ୍ତଃ ମନ୍ତ୍ରାଳୟ ସମୂହର ୨୦୧୨ ରିପୋର୍ଟ ଆଧାରରେ ବିହାରକୁ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇପାରିବ ନାହିଁ ।

ଜନତା ଦଳ ୟୁନାଇଟେଡ ନେତା ରାମ ପିରିତ ମୋଣ୍ଡଲ ବିହାରକୁ ସ଼୍ବତନ୍ତ୍ର ମାନ୍ୟତା ଦେବାକୁ ଅର୍ଥମନ୍ତ୍ରୀଙ୍କୁ ଦାବି କରିଥିଲେ। ସେ କହିଥିଲେ ଯେ ଯଦି ବିହାର ଏକ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଏ, ତେବେ ଏହି ବିଷୟରେ ବିସ୍ତୃତ ସୂଚନା ଦିଅନ୍ତୁ । ଯଦି ଏହା ଦିଆଯାଇନଥାଏ ତେବେ ଏହାର କାରଣ ଦର୍ଶାଇବାକୁ ସେ ଜଣାଇଥିଲେ । ପଙ୍କଜ ଚୌଧରୀ ଏହାର ଉତ୍ତରରେ ଲେଖିଛନ୍ତି ଯେ ବିହାରକୁ ଏକ ସୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇପାରିବ ନାହିଁ।

ବିହାରକୁ ବିଶେଷ ମାନ୍ୟତା ନଦେବାର କାରଣ ଅର୍ଥମନ୍ତ୍ରୀ ଏକ ଲିଖିତ ଉତ୍ତରରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଅତୀତରେ ଜାତୀୟ ବିକାଶ ପରିଷଦ (ଏନଡିସି) ଯୋଜନା ସହାୟତା ପାଇଁ କେତେକ ରାଜ୍ୟକୁ ସ଼୍ବତନ୍ତ୍ର ବର୍ଗ ମାନ୍ୟତା ଦେଇଥିଲା । ଯେଉଁଥିରେ ଅନେକ ବୈଶିଷ୍ଟ୍ୟ ରହିଥିଲା । ଯାହାର ବିଶେଷ ବିଚାର ଆବଶ୍ୟକ ଥିଲା। ବିହାର କ୍ଷେତ୍ରରେ ପରିସ୍ଥିତି ଏପରି ନୁହେଁ ଯେ ଏହାକୁ ଏକ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri