ରାଜ୍ୟ ସରକାରଙ୍କ ଘୋଷଣା: ମହିଳା କର୍ମଚାରୀଙ୍କୁ ମିଳିବ ୧୦ ଦିନ ଅଧିକ ଛୁଟି

ଭୁବନେଶ୍ୱର,୧୨।୩: ରାଜ୍ୟ ସରକାର ମହିଳା କର୍ମଚାରୀଙ୍କ ପାଇଁ ଖୁସିଖବର ଆଣିଛନ୍ତି। ମହିଳା ସରକାରୀ କର୍ମଚାରୀଙ୍କୁ ଅଧିକ ୧୦ ଦିନ ଛୁଟି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କୁ ବାର୍ଷିକ ୧୫ ଦିନ ଛୁଟି ବଦଳରେ ୨୫ ଦିନ ପାଇବେ। ମହିଳାମାନଙ୍କ ପାରିବାରିକ ଦାୟିତ୍ୱ ଓ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

 

Share