ଚାଷୀଙ୍କ ପାଇଁ ଖୁସିଖବର: ଏତିକି ବର୍ଷ ପର୍ଯ୍ୟନ୍ତ କାଳିଆ ଯୋଜନା ସହାୟତା ବଢାଇଲେ ସରକାର

ଭୁବନେଶ୍ୱର,୨୨।୨: ଚାଷୀଙ୍କ ପାଇଁ ଖୁସିଖବର। କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ଆଉ ୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର ବଢାଇଛନ୍ତି। ଗୁରୁବାର ବସିଥିବା ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ୩ ବର୍ଷ ଯୋଜନା ପାଇଁ ୬୦୨୯.୭୦ କୋଟି ଖର୍ଚ୍ଚ ହେବ। ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୨୬-୨୭ ଯାଏ ସହାୟତା ରାଶି ମିଳିବ। ଏଥିସହିତ ରାଜ୍ୟ ସରକାର କାଳିଆ ସହାୟତା ପ୍ରଦାନ କଟକଣାକୁ କୋହଳ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ ଓ ସେପ୍ଟେମ୍ବର ୧ ତାରିଖ ବଦଳରେ ଏଣିକି କେଣସି ସମୟରେ ସହାୟତା ମିଳିବ। ଅର୍ଥାତ୍‌ ଚାଷୀମାନଙ୍କ ଆବଶ୍ୟକତା ଦେଖି ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିବେ।

Share