Categories: ଜାତୀୟ

କିନ୍ନରଙ୍କ ସୁରକ୍ଷା-ଥଇଥାନ ପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩।୧: ବିଭିନ୍ନ ରାଜ୍ୟରେ ଥିବା କିନ୍ନରଙ୍କ ସୁରକ୍ଷା ଏବଂ ଥଇଥାନ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୯ କିନ୍ନର ସୁରକ୍ଷା ଅଧିନିୟମର ଧାରା ୧୮ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛନ୍ତି। କିନ୍ନରଙ୍କ ଉପରେ ଅତ୍ୟାଚାର କରାଗଲେ ଏହି ଧାରା ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯିବା ଉପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛନ୍ତି।

Share