ରାଜ୍ୟ ସରକାର-ଆଇଏଫ୍‌ସି ବୁଝାମଣାପତ୍ର ସ୍ବାକ୍ଷର

ଭୁବନେଶ୍ବର,୨୨ା୭(ବ୍ୟୁରୋ): ରାଷ୍ଟ୍ରାୟତ୍ତ ସମ୍ପତ୍ତି ମୁଦ୍ରୀକରଣ ଓ ପୁନଃ ବିନିଯୋଗ ପାଇଁ ରାଜ୍ୟ ସରକାର ଓ ବିଶ୍ୱବ୍ୟାଙ୍କର ଅନ୍ତର୍ଜାତୀୟ ଅର୍ଥ ନିଗମ (ଆଇଏଫ୍‌ସି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଲୋକସେବା ଭବନ ସଭାଗୃହରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ। ଏହି ବୁଝାମଣା ସାର୍ବଜନୀନ ସମ୍ପତ୍ତିର ବୃତ୍ତିଗତ ଆର୍ଥିକ ପରିଚାଳନା ଏବଂ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ଏହା ମାଧ୍ୟମରେ ସାର୍ବଜନୀନ ସମ୍ପତ୍ତିର ଏକ ବୃହତ୍‌ ରାଶି ବେସରକାରୀ ପୁଞ୍ଜିବିନିଯୋଗକୁ ବ୍ୟାପକ କରିବ। ଅଧିକ କର୍ମନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ବୁଝାମଣାପତ୍ର ଅନୁସାରେ ରାଷ୍ଟ୍ରାୟତ୍ତ ଅଚଳ ସମ୍ପତ୍ତିଗୁଡ଼ିକର ମୁଦ୍ରୀକରଣ ଓ ସେଥିରେ ଘରୋଇ ପୁଞ୍ଜିବିନିଯୋଗ ପ୍ରକ୍ରିୟାକୁ ସରଳ କରିବା ପାଇଁ ଆଇଏଫ୍‌ସି ବୈଷୟିକ ଓ ବୃତ୍ତିଗତ ସହାୟତା ଯୋଗାଇବ। ଏହା ରାଜ୍ୟର ଶିଳ୍ପ ଭିତ୍ତିଭୂମି ଓ ଶିଳ୍ପାନ୍ବୟନ ବାତାବରଣ ବିକାଶରେ ସହାୟକ ହେବ। ଫଳରେ ଖୋଲାବଜାରରୁ ଋଣ ଉଠାଣ ହ୍ରାସ ପାଇବ। ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ବ୍ୟବଧାନ ଦୂର ହେବ। ରାଜ୍ୟ ସରକାରଙ୍କ ତରଫରୁ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଓ ଅନ୍ତର୍ଜାତୀୟ ଅର୍ଥ ନିଗମର ସର୍ବଭାରତୀୟ ଅଧିକାରୀ ସୁଶ୍ରୀ ରୋଶିକା ସିଂହ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମାଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶିମିଳିପାଳ ବନ୍ଦ

ବାରିପଦା,୨୨।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଲଗାଣ ବର୍ଷା ଯୋଗୁ ରବିବାର ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରାଯାଇଛି। ଶିମିଳିପାଳର ପିଠାବଟା ଓ କାଳିକାପ୍ରସାଦ ଦୁଇଟି ଗେଟ୍‌...

ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍ସନ: ବିଜେଡିରେ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୨୨ା୧୨(ଅନିଲ ଦାସ): ଏକ ଦେଶ ଏକ ନିର୍ବାଚନ(ୱାନ୍‌ ନେଶନ ୱାନ୍‌ ଇଲେକ୍ସନ) ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି। ରାଜ୍ୟ ସଭାରେ ଏହି ବିଲ୍‌କୁ ଦଳ...

ବର୍ଷା ଧୋଇନେଲା ବର୍ଷକର ଦାନା

ଭୁବନେଶ୍ୱର,୨୨ା୧୨(ଅନିଲ ଦାସ): ଗତ ଦୁଇଦିନ ଧରି ଲାଗି ରହିଥିବା ଲଘୁଚାପ ବର୍ଷା ଧାନ ଫସଲକୁ ଏକ ପ୍ରକାର ଧୋଇନେଇଛି। ପାଣିରେ ଲୋଟୁଛି ପାଚିଲା ଧାନ। ଯଦିଓ...

ଭାରତରେ ଜଙ୍ଗଲ ୨୫.୧୭%କୁ ବୃଦ୍ଧି, ପ୍ରଥମ ତିନି ରାଜ୍ୟରେ ଓଡ଼ିଶା

ନୂଆଦିଲ୍ଲୀ,୨୧ା୧୨: ଭାରତରେ ମୋଟ ଜଙ୍ଗଲ ଏବଂ ବୃକ୍ଷଲତା ଥିବା ଜମି ପରିମାଣ ୨୦୨୩ରେ ମୋଟ ଭୌଗୋଳିକ ଅଞ୍ଚଳର ୨୫.୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୧ ପରେ...

ଜାନୁଆରୀରୁ ମିଳିବ ମାସିକିଆ ପିଡିଏସ୍‌ ରାସନ, ୨୫ ସୁଦ୍ଧା ବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୧।୧୨: ଖାଦ୍ୟ ସୁରକ୍ଷା ଅଧିନରେ ଥିବା ହିତାଧିକାରୀମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାନୁୟାରୀ ୨୦୨୫ଠାରୁ ମାସିକିଆ ରାସନ ପ୍ରଦାନ କରାଯିବ। ଏଥି ନିମନ୍ତେ ରାଜ୍ୟ ସରକାର...

ଗାଁରେ ପହଞ୍ଚିଲା ଓଡ଼ିଆ ଶହୀଦ ଯବାନଙ୍କ ମୃତଦେହ

କୋରାପୁଟ,୨୧।୧୨(ଅମିତାଭ ବେହେରା): ଓଡ଼ିଆ ଶହୀଦ ଯବାନ ଈଶ୍ୱରଙ୍କ ମରଶରୀର ଶନିବାର ନିଜ ଜନ୍ମମାଟିରେ ପହଞ୍ଚିଛି। ମରଶରୀର ଗାଁରେ ପହଞ୍ଚିବା ପରେ ଶହୀଦ ଯବାନ ଅମର ରହେ...

ସ୍କୁଲ୍ ବନ୍ଧା ପକାଇ ଖାଇଗଲେ ଟଙ୍କା: କୋଠା ଦଖଲ କଲା ଫାଇନାନ୍ସ କମ୍ପନୀ

ପୁରୁଷୋତ୍ତମପୁର,୨୧ା୧୨ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଥିବା ସର୍ବପୁରାତନ ଶାଶ୍ବତ ଶିଶୁମନ୍ଦିରରେ ଏକ ବଡ ଘୋଟାଲା ଘଟଛି। ଯାହାକି ଶନିବାର ଭୂବନେଶ୍ବରର ଭର୍ତ୍ତିନା ଫାଇନାନ୍ସ...

ରମ୍ଭା ପୋଲିସକୁ ବଡ଼ ସଫଳତା, ମନ୍ଦିର ଚୋରୀ ଘଟଣାର ହଟିଲା ପରଦା

ଗଞ୍ଜାମ, ୨୧ା୧୨: (ବିଦ୍ୟାଧର ସାହୁ ): ଗତ କିଛି ମାସ ତଳେ ରମ୍ଭା ଓ ଗଞ୍ଜାମ ଅଞ୍ଚଳ ଶିବ ମନ୍ଦିର ଗୁଡିକରୁ ଲୁଟ ଘଟଣାରେ ରମ୍ଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri