Categories: ଜାତୀୟ

ରାଜଭବନରେ ଗୋଇନ୍ଦାଗିରି କରୁଛନ୍ତି ରାଜ୍ୟ ସରକାର

କୋଲକାତା, ୧୬।୮: ରାଜଭବନ ଉପରେ ତୀକ୍ଷଣ୍‌ ନଜର ରଖାଯାଉଛି। ରାଜ୍ୟ ସରକାର ରାଜଭବନରେ ଗୋଇନ୍ଦାଗିରି କରୁଛନ୍ତି। ଏଭଳି ଗୁରୁତର ଅଭିଯୋଗ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ୍‌ ଧନଖଣ୍ଡ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କ ଉପରେ ଆଣିଛନ୍ତି। ରାଜଭବନରେ ଚାଲିଥିବା ସମସ୍ତ କାର୍ଯ୍ୟକ୍ରମ ସୂଚନା ରାଜ୍ୟ ସରକାରଙ୍କ ପାଖକୁ ଯାଉଥିବା ସେ କହିଛନ୍ତି। ତେବେ ସେ ସର୍ଭେଲାନ୍ସ୍‌କୁ ସହ୍ୟ କରିବେ ନାହିଁ ବୋଲି ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ରାଜ୍ୟରେ ଅରାଜକତା ଜାରି ରହିଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ରାଜଭବନ ଉପରେ ଏଭଳି ଗୋଇନ୍ଦାଗିରି କରୁଥିବା ଲୋକଙ୍କ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ରାଜ୍ୟପାଳ ମମତାଙ୍କ ନାମ ନେଇ ଏଭଳି କହିଛନ୍ତି। ରାଜ୍ୟପାଳଙ୍କ ଏଭଳି ଅଭିଯୋଗ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share