Categories: ଜାତୀୟ

କେନ୍ଦ୍ର ସହିତ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୨୦।୨: ଦେଶର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ଦେଶର କୃଷି କ୍ଷେତ୍ର ସହିତ ଅନ୍ୟ କ୍ଷେତ୍ରରେ ମଧ୍ୟ ବିକାଶ ସମ୍ଭବ ହୋଇ ପାରିବ। ନୀତି ଆୟୋଗର ଷଷ୍ଠତମ ଗଭର୍ନିଙ୍ଗ୍‌ କାଉନସିଲ ବୈଠକରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା ଦ୍ୱାରା ଦେଶର ଗରିବଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି। ଦେଶ ଏବେ ବିକାଶକୁ ଅପେକ୍ଷା କରି ରହି ପାରିବ ନାହିଁ। ତେବେ ମିଳିତ ଭାବେ କାମ କଲେ ଏହା ସମ୍ଭବ ହୋଇପାରିବ। କରୋନା ମହାମାରୀ ସମୟରେ ଦେଶର ବହୁ ପରିବର୍ତ୍ତନ ହୋଇଛି। କେନ୍ଦ୍ର ଏବଂ ରାଜ୍ୟର ମିଳିତ ସହଯୋଗରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁ ପୃଥିବୀରେ ଭାରତ ଖ୍ୟାତି ବଢ଼ିଥିବା ସେ କହିଛନ୍ତି। ଆତ୍ମନିର୍ଭର ଭାରତ ଗଠନ ଲାଗି ଏବେ ନିର୍ମାଣ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱାରୋପ କରାଯିବାର ଆବଶ୍ୟକତା ରହିଛି। ଏହା ସହିତ ଉତ୍ପାଦନକୁ ବିଶ୍ୱସ୍ତରୀୟ କରାଯିବା ଅପରିହାର୍ଯ୍ୟ। କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସେକ୍ଟରରେ ପ୍ରଡକ୍ଟଶନ ଲିଙ୍କ୍‌ଡ ଇନେସେନଟିଭ୍‌ ସ୍କ୍ରିମ୍‌(ପିଏଲ୍‌ଆଇ)ର ଆରମ୍ଭ କରାଯାଇଛି। ଏହାଦ୍ୱାରା ଅଧ୍‌ତ୍କ ପୁଞ୍ଜି ନିବେଶର ସୁଯୋଗ ରହିଛି । ଭାରତ ଏକ କୃଷି ପ୍ରଧାନ ଦେଶ। ଏପରିସ୍ଥଳେ କୃଷକଙ୍କୁ ଉପଯୁକ୍ତ ମାର୍ଗଦର୍ଶକର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି।

Share