ଭୁବନେଶ୍ୱର,୧୮।୩: ବହୁ ଚର୍ଚ୍ଚିତ ନବଦାସ ହତ୍ୟାକାଣ୍ଡ ମାମଲାରେ ଆଇନ ମନ୍ତ୍ରୀଙ୍କ ବୟାନ ପରେ ବିଜେଡିର ପ୍ରତିକ୍ରିୟା ଦେଇଛି। ବିଜେଡି କହିଛି, ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦିଆଯାଇଥିଲା। ସେତେବେଳେ ଭାଜପାର କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଶ୍ବାସନଥିଲା। ଏବେ ବି କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଜେଡି ସ୍ବାଗତ କରୁଛି। ସିବିଆଇ ତଦନ୍ତ କଥା କହୁଥିଲେ ଏବେ ପଛଘୁଞ୍ଚା ଦେଉଛନ୍ତି ବୋଲି ବିଜେଡି କହିଛି।
ଅନ୍ୟପଟେ, ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଯେ, ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ ହୋଇଛି। ନବଙ୍କ ପରିବାର ଲୋକଙ୍କ ହେଲା ବୟାନ ରେକର୍ଡ କରାଯାଇଛି। ସେମାନେ ନ୍ୟାୟ ଦେଇ ପାରିନଥିଲେ, ତେଣୁ ଆମକୁ ଲେଖିକି ଦେଇଥିଲେ। ତାଙ୍କ ଘରେ କ୍ରାଇମବ୍ରାଞ୍ଚ ପହଞ୍ଚି ବୟାନ ରେକର୍ଡ କରିଛି।
ସୂଚନାଯୋଗ୍ୟ, ନବ ଦାସ ହତ୍ୟା ମାମଲାରେ ମଙ୍ଗଳବାର ସକାଳୁ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ ଝାରସୁଗୁଡ଼ାସ୍ଥିତ ଘରେ ପହଞ୍ଚିଥିଲେ।
ଅନ୍ୟପଟେ, ନବ ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରିଥିଲେ ନବ ଦାସଙ୍କ ସ୍ତ୍ରୀ। ସେ ଇ-ମେଲ ଜରିଆରେ ସାକ୍ଷାତକାରର ସମୟ ମାଗିଥିଲେ। ଇ-ମେଲ ସହ ପୋଷ୍ଟାଲରେ ମଧ୍ୟ ଏକ ଚିଠି ପଠାଇ ସମୟ ମାଗଥିଲେ ନବ ଦାସଙ୍କ ସ୍ତ୍ରୀ। ସିବିଆଇ ତଦନ୍ତ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ ରହିଛି। ଏନେଇ ନବ ଦାସଙ୍କ ପୁଅ ବିଶାଳ ଦାସ ସୂଚନା ଦେଇଥିଲେ।