ନିଜ ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର: ମାଷ୍ଟରକ୍ୟାଣ୍ଟିନ ଛକରୁ ସ୍ଥାନାନ୍ତର ହେବନି ଐତିହ୍ୟ ଘୋଡ଼ା

ଭୁବନେଶ୍ୱର,୨୭।୭(ବ୍ୟୁରୋ): ସ୍ଥାନାନ୍ତର ହେବ ନାହିଁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଶୋଭା ପାଉଥିବା ସ୍ଥାପତ୍ୟ ଘୋଡ଼ା। ବହୁ ବିବାଦ ଏବଂ ସମାଲୋଚନାର ଶିକାର ହେବା ପରେ ରାଜ୍ୟ ସରକାର ମଙ୍ଗଳବାର ନିଜ ନିଷ୍ପତ୍ତିରୁ ଉହରିଛନ୍ତି। ଏନେଇ ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଥିବା ନେଇ ବିଏମ୍‌ସି କମିଶନର କହିଛନ୍ତି।

କହିରଖୁଛୁ, ମାଷ୍ଟରକ୍ୟାଣ୍ଟିନ୍‌ ଛକ ଦେଇ ମଲ୍ଟି ମୋଡାଲ ହବ୍‌ ସହ ସ୍ମାର୍ଟ ଜନପଥର ବିକାଶ ପାଇଁ ବିଏମ୍‌ସି ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହାକୁ ନେଇ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ଘୋଡା ଓ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମ୍ନାକୁ ଘୁଞ୍ଚାଇବାକୁ ସ୍ଥିର କରାଯାଇଥିଲା। ଏହି ପ୍ରକ୍ରିୟା ଏକ ମାସ ମଧ୍ୟରେ ଶେଷ ହେବ ବୋଲି କୁହାଯାଇଥିଲା। ହେଲେ ବର୍ଷ ବର୍ଷ ଧରି ଛକରେ ଥିବା ସ୍ଥାପତ୍ୟକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଥିବା ଜଣାପଡ଼ିବା ପରେ କଂଗ୍ରେସ ସହ ବହୁ ସଂଗଠନ ଏହାକୁ ବିରୋଧ କରିଥିଲେ। ଶେଷରେ ରାଜ୍ୟ ସରକାର ନିଜ ନିଷ୍ପତ୍ତିରୁ ଓହରିଛନ୍ତି।

Share