ମାଗଣା ୟୁ.ପି.ଏସ୍‌‌.ସି. ସିଭିଲ୍‌‌ ସର୍ଭିସ କୋଚିଂ ପ୍ରଦାନ କରିବେ ରାଜ୍ୟ ସରକାର, ଆବେଦନ ଆରମ୍ଭ

ଭୁବନେଶ୍ୱର,୨।୩: ରାଜ୍ୟ ସରକାର ୨୦୨୪-୨୫ ଶିକ୍ଷାବର୍ଷରେ ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁ.ପି.ଏସ୍‌‌.ସି. ସିଭିଲ୍‌‌ ସର୍ଭିସ କୋଚିଂ ପ୍ରଦାନ କରିବେ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାରଠାରୁ ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌‌ଲାଇନ୍‌‌ରେ ଦରଖାସ୍ତ ଆବେଦନ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏଥିସହିତ ଏପ୍ରିଲ ୨୯ରେ ଆଡମିଟ୍‌‌ କାର୍ଡ ଓ ୱେବସାଇଟ୍‌‌ରେ ପ୍ରକାଶ ହେବ ଏବଂ ମେ’ ୫ରେ ପ୍ରବେଶିକା ପରୀକ୍ଷା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ଏହି ପ୍ରବେଶିକା ପରୀକ୍ଷା ମାଧ୍ୟମରେ ୨୦୦ ଜଣଙ୍କୁ ମନୋନୀତ କରାଯିବ। ମନୋନୀତ ଛାତ୍ରଛାତ୍ରୀଙ୍କୁ ପ୍ରିଲିମ୍‌‌ ଏବଂ ସିଭିଲ୍‌‌ ସର୍ଭିସର ମେନ୍‌‌ ପରୀକ୍ଷା ଦେବା ପାଇଁ ୧୧ ମାସର କୋଚିଂ ଦିଆଯିବ। ଏହି ଛାତ୍ରଛାତ୍ରୀଙ୍କୁ ସରକାର ରହିବା ଏବଂ ଖାଇବା ସୁବିଧା ପ୍ରଦାନ କରିବେ।

Share