ଭୁବନେଶ୍ୱର,୮।୯(ବ୍ୟୁରୋ): ଟୋକିଓ ପାରାଲିମ୍ପିକ୍ସର ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କୁ ୬ କୋଟି ଟଙ୍କା ପ୍ରଦାନ କରାଯିବା ସହ ଗ୍ରୁପ୍ ‘ଏ’ ଚାକିରି ପ୍ରଦାନ କରାଯିବ।
ପ୍ରକାଶ ଯେ, ବ୍ୟାଡ୍ମିଣ୍ଟନ୍ର ପୁରୁଷ ଏକକ ଏସ୍ଏଲ୍୩ ବର୍ଗରେ ପ୍ରମୋଦ ସ୍ବର୍ଣ୍ଣ ଜିତିଥିଲେ। ହେଲେ ମିକ୍ସ ଡବଲ୍ସରେ ବ୍ରୋଞ୍ଚ ଲଢ଼େଇରେ ହାରି ଯାଇଥିଲେ। ତେବେ ସେ ପ୍ରଥମ ଭାରତୀୟ ଭାବେ ପାରାଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବାର ରେକର୍ଡ କରିଛନ୍ତି। ସେ ବିଶ୍ୱ ଚାମ୍ପିୟନଶିପ୍ରେ ୪ ଥର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତେବେ ଚଳିତ ବର୍ଷ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିଲେ।