ଭୁବନେଶ୍ୱର ୩୧।୧୦(ବ୍ୟୁରୋ): ନଭେମ୍ବର ୧୬ରେ ଖୋଲିବନି ସ୍କୁଲ। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏ ନେଇ ଖୁବ୍ଶୀଘ୍ର ଏସ୍ଆର୍ସି ସଂଶୋଧିତ ଗାଇଡ୍ଲାଇନ ଜାରି କରିବେ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ନଭେମ୍ବରରେ ସ୍କୁଲ ଖୋଲିବ। କିନ୍ତୁ ୧୬ରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ଏ ନେଇ ଗଣଶିକ୍ଷା ବିଭାଗରେ ଆଲୋଚନା ଚାଲିଛି। ସ୍କୁଲ ଖୋଲିବାରେ ଆଉ କିଛି ଦିନ ବିଳମ୍ବ ହୋଇପାରେ। ସେଥିଲାଗି ନଭେମ୍ବର ୧୬ରେ ସ୍କୁଲ ଖୋଲିବନି ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ନଭେମ୍ବର ୧୬ରୁ ସ୍କୁଲ ଖୋଲିବାର ଥିଲା । ରାଜ୍ୟରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ନଭେମ୍ବର ୩୦ ଯାଏ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି ରହିଛି କରିଥିଲେ ଏସ୍ଆର୍ସି। କିନ୍ତୁ ଏବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନାନୁସାରେ ନଭେମ୍ବର ୧୬ରେ ଖୋଲିବନି ସ୍କୁଲ ।