ରାଜ୍ୟ ରାଜପଥ ୮ ଘଣ୍ଟା ଠପ୍‌

ଭୋଗରାଇ, ୨୧ା୧୧(ଡ଼ି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନଂ. ରାଜ୍ୟ ରାଜପଥ ଦାରୁହା ଛକଠାରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସ୍ଥାନାନ୍ତରକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ସୋମବାର ସକାଳ ୯ଟାରୁ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଏହି ମୁଖ୍ୟରାସ୍ତାକୁ ଅବରୋଧ କରି ନାରାବାଜି ପ୍ରଦର୍ଶନ କରିଥିଲେ।
ମସିହାରୁ ଦାରୁହାଠାରେ ପ୍ରଥମେ ୟୁବିଆଇ ବ୍ୟାଙ୍କ ଖୋଲିବା ପରେ ପିଏନବି ବ୍ୟାଙ୍କକୁ ରୂପାନ୍ତରିତ ହୋଇଥିଲା। ଗ୍ରାମବାସୀ ସୁବିଧାରେ ଦୀର୍ଘବର୍ଷ ଧରି ବ୍ୟାଙ୍କରେ ନେଣଦେଣ କରିଆସୁଥିବା ବେଳେ ଏହି ବ୍ୟାଙ୍କ ଅନତ୍ର ସ୍ଥାନାନ୍ତର କରାଯିବାର ଗ୍ରାହକମାନେ ସୂଚନା ପାଇବାରୁ ବିସ୍ଫୋରକ ସ୍ଥିତି ଉପୁଜିଥିଲା। ଆନ୍ଦୋଳନକାରୀଙ୍କ ରାସ୍ତାରୋକୋ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ୧ କି. ମି ଦୂର ପର୍ଯ୍ୟନ୍ତ ଯାନବାହନ ଏକପ୍ରକାର ଠପ୍‌ ହୋଇଯାଇଥିଲା। ଦୂରଦୂରାନ୍ତକୁ ଯାଉଥିବା ଓ ଫେରୁଥିବା ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୂଚନାପାଇ ଭୋଗରାଇ ଅତିରିକ୍ତ ତହସିଲଦାର ରାଜେଶ ପ୍ରିୟଦର୍ଶୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ପିଏନବିର ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରି ଆସନ୍ତା ୨୫ ତାରିଖରେ ଉଭୟ ଆନ୍ଦୋଳନକାରୀ ଓ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ ସହିତ ବୈଠକ ହେବାର ସିଦ୍ଧାନ୍ତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ରାସ୍ତାରୋକୋରୁ ହଟିଥିଲେ।

Share