Categories: ଖେଳ

ରାଜ୍ୟ ଜୁ-ଜିତ୍‌ସୁ: ଖୋର୍ଦ୍ଧା ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୧୮ା୧୨ (ବିଜୟ ରଣା): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ରାଜ୍ୟ ଜୁ-ଜିତ୍‌ସୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଜିଲାରୁ ୧୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ଖୋର୍ଦ୍ଧା ଦଳଗତ ଚାମ୍ପିୟନ ହୋଇଥିବା ବେଳେ କଟକ ଦ୍ୱିତୀୟ ଏବଂ ପୁରୀ ତୃତୀୟ ହୋଇଛି। ରବିବାର ସକାଳେ ପ୍ରତିଯୋଗିତାକୁ ଜାତୀୟ ଜୁ ଜିତ୍‌ସୁ କୋଚ୍‌ ତଥା ରେଫରି ଏମ୍‌. ଆର. ଶହିଦ ଓ ବିଶ୍ୱ ଜୁ ଜିତ୍‌ସୁ ବ୍ରୋଞ୍ଜ ବିଜେତା ଅନୁପମା ସ୍ବାଇଁ ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତାର ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ଓଏସ୍‌ଡି ସନାତନ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଜୁ ଜିତ୍‌ସୁ ସଂଘର ସଭାପତି ଚିତ୍ତରଞ୍ଜନ ସ୍ବାଇଁ, ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ, ମୀର ଅଜମତ ଅଲି, ହିମାଂଶୁ ଶେଖର ଦାସ, ଅବିନାଶ ପୁନ୍ଦର, ଖାରବେଳ ମଲିକ, ଏନ୍‌.ବି. ପଟ୍ଟନାୟକ, ଉମାକାନ୍ତ ବେହେରା, ରାଜୀବ ସିଂ, ମନ୍ମଥ ମିଶ୍ର, ରାକେଶ ମହାନ୍ତି, ସୁସମିନୀ ପାଲ୍‌ଟାସିଂ ପ୍ରମୁଖ ଉପସ୍ଥିତ ଥିଲେ।

Share