ପୁଣି ରାଜ୍ୟରେ ୯ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବା ଆଉ ୯ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୯ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ୩ ଜଣ ଥିବା ବେଳେ ରାୟଗଡ଼ା, ସମ୍ବଲପୁରରୁ ୨ ଲେଖାଏ ମୃତକ ଅଛନ୍ତି। ସେହିଭଳି ବାଲେଶ୍ୱର, ଖୋର୍ଦ୍ଧା ମାଲକାନଗିରିରୁ ଜଣେ ଲେଖାଏଙ୍କ ମୃତ୍ୟୁ ଘଟିଛି।

ତେବେ ଏହାକୁ ମିଶାଇ  ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୮ ହୋଇଥିବା ବେଳେ ଖୋର୍ଦ୍ଧାରେ ଏହା ୪୯ରେ ପହଞ୍ଚିଛି। ସେହିଭଳି ରାୟଗଡ଼ାରେ ୧୭, ବାଲେଶ୍ୱର ଓ ସମ୍ବଲପୁରରେ ୮, ଓ ମାଲକାନଗିରିରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

Share