ସରକାରଙ୍କ କୃଷିନୀତିରେ ଚାଷୀ ହେବେ ସର୍ବସ୍ବାନ୍ତ

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): କୃଷକମାନଙ୍କୁ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ମିଳୁ ନାହିଁ । ଏହି କାରଣରୁ କୃଷକମାନେ ଋଣଗ୍ରସ୍ତ ହେଉଛନ୍ତି। ବ୍ୟାଙ୍କ ଏବଂ ସାହୁକାରଙ୍କଠାରୁ ଋଣ ଆଣି ଚାଷୀମାନେ ଚାଷବାସ କରୁଛନ୍ତି। ମାତ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି ଯୋଗୁ ଚାଷୀଙ୍କୁ ଉତ୍ପାଦିତ ଫସଲର ଉଚିତ୍‌ ମୂଲ୍ୟ ମିଳୁ ନାହିଁ। ଫଳରେ ସବୁବେଳେ କ୍ଷତି ସହିବାକୁ ପଡ଼ଛି। ଋଣଗ୍ରସ୍ତ ଚାଷୀ ଚାଷ ଛାଡ଼ି ଦାଦନ ଯାଉଛି କିମ୍ବା ଆତ୍ମହତ୍ୟା କରୁଛି।

ସରକାରଙ୍କ ଭୁଲ କୃଷିନୀତି ଏହାର ମୂଳ କାରଣ। ପୁଞ୍ଜିପତିଙ୍କ ହାତରେ ଚାଷୀଙ୍କ ଜମି ଟେକି ଦେବା ପାଇଁ ହିଁ ସରକାର ସେଭଳି ଭୁଲ କୃଷିନୀତି ଆଣିଛନ୍ତି ବୋଲି ବରଗଡ଼ ବ୍ଲକ ସାୟଂ ଖେଳ ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତରେ ଉଦ୍‌ବୋଧନ ଦେଇ ଭାରତୀୟ କିଷାନ ୟୁନିୟନର ପ୍ରବକ୍ତା ରାକେଶ ଟିକାୟତ୍‌ କହିଛନ୍ତି।

ସେ ଆହୁରି କହିଥିଲେ, ସରକାର ଏପର୍ଯ୍ୟନ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ଦେଇ ନାହାନ୍ତି। ସେହିପରି ବିଦ୍ୟୁତ୍‌ ଆମେଣ୍ଡମେଣ୍ଟ ଆକ୍ଟ ଲାଗୁ ପାଇଁ ବାରମ୍ବାର ଦାବି ହୋଇ ଆସୁଛି। ମାତ୍ର ସେଥିପ୍ରତି ସରକାର ଗୁରୁତ୍ୱ ଦେବା ପରିବର୍ତ୍ତେ ବିଦ୍ୟୁତ୍‌କୁ ଘରୋଇକରଣ କରାଯାଇଛି। ସ୍ମାର୍ଟ ମିଟର ଲଗାଇ ଉପଭୋକ୍ତାଙ୍କୁ ଲୁଟ କରାଯାଉଛି। ଏହାର ପ୍ରତିବାଦରେ ବରଗଡ଼ରେ ହୋଇଥିବା ଆନ୍ଦୋଳନକୁ ସେ ସମର୍ଥନ କରୁଛନ୍ତି ବୋଲି ଟିକାୟତ୍‌ କହିଥିଲେ।

ଟିକାୟତକୁ ସୋହେଲାଠାରେ ସ୍ବାଗତ କରାଯାଇଥିଲା। ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ ସଭାସ୍ଥଳକୁ ନିଆଯାଇଥିଲା। ଦଶମାଇର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଟିକାୟତ୍‌ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ସଭାସ୍ଥଳକୁ ଅଣାଯାଇଥିଲା। ସେହିପରି କୃଷକ ନେତା ଆଶିଷ ମିତ୍ତଳ, ସତ୍ୟବାନ ଜି, ଅଫ୍ଲାତୁନ, ଚୌଧୁର, ରାଜେନ୍ଦ୍ର, ଜୟତୁ ଦେଶମୁଖ, କ୍ରିଷ୍ନା ମହାନ୍ତି, ରଘୁନାଥ ଦାସ, ଅଶୋକ ପଧାନଙ୍କ ସମେତ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତାମାନେ ପାର୍ବତୀ ଗିରି, ମହାତ୍ମାଗାନ୍ଧୀ, ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିରାଟ ଶୋଭାଯାତ୍ରାରେ ମଞ୍ଚକୁ ପହଞ୍ଚିଥିଲେ। ସେହିପରି ସୁରେଶ ପାଣିଗ୍ରାହୀ ଏବଂ ବିଜୁ କ୍ରିଷ୍ଣନଙ୍କୁ ମଧ୍ୟ ଅତାବିରାରୁ ସ୍ବାଗତ ସମର୍ଦ୍ଧନା କରି ପଡ଼ିଆକୁ ଶୋଭାଯାତ୍ରାରେ ଅତାବିରା କୃଷକ ସଂଗଠନ ଆଣିଥିଲେ।

ପରେ ସଂଗଠନ ଉପଦେଷ୍ଟା ଉତ୍ପନ୍ନ ଭୋଇ ସ୍ବାଗତ ବକ୍ତବ୍ୟ ରଖିଥିବା ବେଳେ ଲିଙ୍ଗରାଜ ପଧାନ ମଞ୍ଚ ସଞ୍ଚାଳନ କରିଥିଲେ। ଅଜିତ ଶତପଥି ଉଦେଶ୍ୟ ଜ୍ଞାପନ କରିଥିଲେ। ବକ୍ତାମାନେ ତ୍ରୁଟିପୂର୍ଣ୍ଣ କୃଷିନୀତି ଏବଂ କମ୍ପାନୀ କରଣ ପ୍ରସଙ୍ଗ ଦୃଢ ସ୍ବରରେ ଉପସ୍ଥାପନା କରିଥିଲେ। ସାରା ଭାରତବର୍ଷରେ ସମସ୍ତ କୃଷକଙ୍କ ସମାନ ସମସ୍ୟା ରହିଛି ବୋଲି ବକ୍ତାମାନେ ସୂଚନା ଦେଇଥିଲେ। ପରେ ବକେୟା ବିଦ୍ୟୁତ୍‌ ବିଲ ଛାଡ଼, କୃଷିକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍‌ ବିଲ ଜଳସେଚନ ଆଧାରରେ ନେବା ଏବଂ ୩୦୦ ୟୁନିଟ ବିଦ୍ୟୁତ୍‌ ମାଗଣା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ ମାଧ୍ୟମରେ ଲକ୍ଷେ ଚାଷୀ ଲେଖିକରି ଦେବା ପାଇଁ ନିଷ୍ପତ୍ତି ହୋଇଛି। କ୍ରିଷ୍ନା ମହାନ୍ତି ସଭାପତିତ୍ୱ କରିଥିବା ବେଳେ ସମସ୍ତ ସଂଗଠନର ସମସ୍ତ ସଭାପତିମାନେ ବକ୍ତବ୍ୟ ରଖିଥିଲେ। ଓକିଲ ସଂଘ, ନିଷ୍ଠା ପରିବାର, ସକଳ୍ପ ପରିବାର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମସ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ପର୍ଯ୍ୟବରଣ ରକ୍ଷା ପାଇଁ ଦଶ ଗୋଟି ଗଛ ଲଗାଯାଇଥିଲା। ରମେଶ ମହାପାତ୍ର ଧନ୍ୟବାଦ ଦେଇ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନାଗ୍ନି ରୋକିବାକୁ ବନ ବିଭାଗର ଅଭିନବ ପ୍ରୟାସ : ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଉପାନ୍ତ ଅଞ୍ଚଳରେ ଜନ ସଚେତନତା

ବାଲିଗୁଡା, ୧୮।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଡ଼ିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର ହରିହର ବେହେରାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଫରେଷ୍ଟର...

ଖରାଦିନ ପାଇଁ ପୌର ପରିଷଦ ପକ୍ଷରୁ ଜଳଛତ୍ର

ହିଞ୍ଜିଳିକାଟୁ,୧୮।୩(ଦ୍ବିତୀକୃଷ୍ଣ ପଣ୍ଡା): ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଓ ଜନସାଧାରଣଙ୍କ ସୁବିଧା ନିମନ୍ତେ ହିଞ୍ଜିଳିକାଟୁ ପୌରାଞ୍ଚଳ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ବସ ଟର୍ମିନାଲ ସମେତ ସ୍ଥାନୀୟ ପୈରାଞ୍ଚଳର...

ହିଞ୍ଜିଳିକାଟୁ ସରକାରୀ ଏନ ଏ ସି ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ଉତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ, ୧୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ସରକାରୀ ଏନ ଏ ସି ଉଚ୍ଚ ବିଦ୍ୟାଳୟ ପରିସରରେ ଆମ ସଂସ୍କୃତି ଆମ ଖେଳଣା, ରାମାନୁଜନ ଗଣିତ କ୍ଲବ,...

ବାଙ୍କେଶ୍ବରୀଙ୍କ ଦର୍ଶନ କରି ଫେରିବାବେଳେ ଅଘଟଣ: ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ, ୨୫ରୁ ଅଧିକ ଆହତ

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ନିକଟ ବାଙ୍କେଶ୍ୱରୀ ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଏକ ପିକଅପ୍‌...

ମୋ ଜଙ୍ଗଲ ଜମି ଯୋଜନା ରେ ୧୪ ପରିବାରକୁ ମିଳିଲା…..

କର୍ଲାମୁଣ୍ଡା:୧୮।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁର ୧୪ ଆଦିବାସୀ ପରିବାରଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ମୋ ଜଙ୍ଗଲ ଜମି ଯୋଜନାରେ...

ଆଉଟସୋର୍ସିଂ କର୍ମଚାରୀଙ୍କ ୩ ଦଫା ଦାବି: ପୂରଣ ନ ହେଲେ ୨୪ରୁ ଭୁବନେଶ୍ୱରରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ

ଛତ୍ରପୁର, ୧୮।୩ (ସନ୍ତୋଷ ପାଢ଼ୀ ): ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲା ପକ୍ଷରୁ ୩ ଦଫା ଦାବି ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ...

ହଂସରାଜ ବାର ବିଦେଶୀ ମଦ ଦୋକାନରୁ   ବଡ଼ ଧରଣ ଚୋରି, କଳାକନା ବୁଲାଇଲେ…

ଗଞ୍ଜାମଳ,୧୮।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଜୟଶ୍ରୀ ଛକ ଷୋହଳ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ହଂସରାଜ ବାର ବିଦେଶୀ ମଦ ଦୋକାନରୁ ବଡ଼ ଧରଣର...

ଦିନରେ ଶୁଟିଂ ରାତିରେ ଖେଳ: ଭଲିବଲ ଖେଳିଲେ ନିର୍ଦ୍ଦେଶକ ରାଜମୌଲି

କୋରାପୁଟ,୧୮।୩(ଅମିତାଭ ବେହେରା ): କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ତଳମାଳି ପର୍ବତରେ ତେଲୁଗୁ ସୁପରଷ୍ଟାର ମାହେଶ ବାବୁଙ୍କ ଫିଲ୍ମ ଶୁଟିଂ ଚାଲୁରହିଛି। ପାନ ଇଣ୍ଡିଆ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image