ରାଜ୍ୟସ୍ତରୀୟ ପେନ୍‌ସନ, ଭବିଷ୍ୟନିଧି ଅଦାଲତ

ଭୁବନେଶ୍ୱର,୨୧।୧(ବ୍ୟୁରୋ):ଭୁବନେଶ୍ୱରସ୍ଥିତ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟସ୍ତରୀୟ ପେନ୍‌ସନ ଓ ଭବିଷ୍ୟନିଧି ଅଦାଲତ ଏ.ଜି. ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ରାଜ୍ୟର ବିଭିନ୍ନ ଜିଲାରୁ ୧୫୦ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସେମାନଙ୍କ ଅଭିଯୋଗପତ୍ର ଉପସ୍ଥାପନ କରିଥିଲେ। ପ୍ରଧାନ ମହାଲେଖାକାର ବସନ୍ତିଆ ସେମାନଙ୍କ ଅଭିଯୋଗ ଶୁଣିବାପରେ ତକତ୍ାଳ ୨୦ ଜଣଙ୍କୁ ପେନ୍‌ସନ ଓ ଭବିଷ୍ୟନିଧି ଦେୟ ପ୍ରଦାନ କରିବା ସହ ଅନ୍ୟମାନଙ୍କ ଅଭିଯୋଗ ଉପରେ ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବରିଷ୍ଠ ଉପମହାଲେଖାକାର (ପ୍ରଶାସନ ଓ ପେନ୍‌ସନ) ଦିନମଣୀ ମଲ୍ଲିକ ଓ ଉପମହାଲେକାକାର ମସରୁର୍‌ ଅହମ୍ମଦ ପ୍ରଧାନ ଏଥିରେ ସହଯୋଗ କରିଥିଲେ। ପ୍ରଧାନ ମହାଲେଖାକାରଙ୍କ ସଚିବ ସୁଚିତ୍ରା ଭଟ୍ଟ, ବରିଷ୍ଠ ଲେଖା ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ, ନିରଞ୍ଜନ ସେନାପତି, ସହକାରୀ ଲେଖା ଅଧିକାରୀ ସୁଶୀଲ କୁମାର ମିଶ୍ର, ଅର୍ଦ୍ଧେନ୍ଦୁ ମଣ୍ଡଳ, ଅକ୍ଷୟ ମହାନ୍ତି, ବସନ୍ତ ପରିଡ଼ା ପରିଚାଳନା କରିଥିଲେ।

Share