ପେରୁ ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବାରୁ ଉଗ୍ର ପଦର୍ଶନ, ଲାଗିଲା ଏକ ସପ୍ତାହର ଏମରଜେନ୍ସି

ଲିମା,୧୫ ।୧୨: ପେରୁର ପ୍ରତିରକ୍ଷା ମନ୍ତ୍ରୀ ମହାଭିଯୋଗ ଆଣି ୭ ଡିସେମ୍ବରରେ ରାଷ୍ଟ୍ରପତି ପେଡ୍ରୋ କୈଷ୍ଟିଲେଙ୍କ୍‌ୁ ପଦରୁ ହଟାଇ ଦେଇଛନ୍ତି । ଏହାକୁ ବିରୋଧ କରି ଦେଶରେ ପ୍ରଦର୍ଶନ ଜାରି ରହିଛି । ବେଳକୁ ବେଳ ଏହି ପଦର୍ଶନ ଉଗ୍ର ହେବା ସହ ସଡ଼କ ଅବରୋଧ ମଧ୍ୟରେ ସରକାର ଏମରଜେନ୍ସି ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ପେରୁ ରାଷ୍ଟ୍ରପତି ପେଡ୍ରୋ କୈଷ୍ଟିଲୋଙ୍କୁ ପଦରୁ ହଟାଯିବା ପରେ ରାଜନୈତିକ ସଙ୍କଟ ଭଳି ସ୍ଥିତି ଉପୁଜିଥିଲା । ରାଜନୈତିକ ସଙ୍କଟ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ କରିବା ଦାବିକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି । ଏହାକୁ ନେଇ ହୋଇଥିବା ହିଂସକ ପ୍ରଦର୍ଶନରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Share