Categories: ଖେଳ

ରାଜ୍ୟ ଓପନ ଚେସ୍‌: ହର୍ଷିତ ଚାମ୍ପିୟନ

ଭୁବନେଶ୍ୱର, ୧୦।୧୦ (କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ୧୫ତମ ସନ୍ଦିପ ମହାନ୍ତି ମେମୋରିଆଲ ରାଜ୍ୟ ଓପନ ଚେସ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ କଟକର ହର୍ଷିତ ରଞ୍ଜନ ସାହୁ ୬.୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। କଟକର ରବୀନ୍ଦ୍ର କୁମାର ଓଝା ୬ ଓ ଭୁବନେଶ୍ୱରର ସୌମ୍ୟରଞ୍ଜନ ମିଶ୍ର ୫.୫ ପଏଣ୍ଟ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୀରେନ୍ଦ୍ର ରାଇତା, ଲଳିତ ରଞ୍ଜନ ସାହୁ, ଅବିନାଶ ବଳିୟାରସିଂ, ସଞ୍ଜୀବନ ନାୟକ, ଅମରେନ୍ଦ୍ର ଖମାରି, କମଳ ଲୋଚନ ପାଢ଼ୀ, ଅକ୍ଷୟ ଶବର ଟପ୍‌-୧୦ରେ ରହିଛନ୍ତି। ମୁଖ୍ୟ ପୁସ୍କାର ବ୍ୟତୀତ ୭, ୯, ୧୧, ୧୩ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗରେ ଶ୍ରେଷ୍ଠ ୨ ଜଣ ଲେଖାଏ ଖେଳାଳିଙ୍କୁ ସ୍ବତନ୍ତ୍ର ଏବଂ ୫ ଜଣଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍ବାଗତିକା ସାମନ୍ତରାୟ ଶ୍ରେଷ୍ଠ ମହିଳା, ଭିମସେନ ପ୍ରଧାନ ଶ୍ରେଷ୍ଠ ଭେଟେରାନ ଖେଳାଳି ବିବେଚିତ ହୋଇଥିଲେ। ୫ ବର୍ଷୀୟ ଲୋହିତାକ୍ଷ ପରିଡ଼ା ପ୍ରତିଯୋଗିତାର ସର୍ବକନିଷ୍ଠ ଖେଳାଳି ଥିଲେ। ବିପିଏଲ୍‌ ଇଣ୍ଡିଆର ପୂର୍ବତନ ରିଜିଓନାଲ ମ୍ୟାନେଜର ସୌମେନ୍ଦ୍ର ମହାନ୍ତି, ଭୁବନେଶ୍ୱର ଚେସ୍‌ ଆସୋସିଏଶନ ସମ୍ପାଦକ ଦେବାଶିଷ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ସୁରିନ୍ଦରନାଥ ମହାନ୍ତି, ସାଇ ବୀଣାପାଣୀ ଜ୍ଞାନ ମନ୍ଦିର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।

Share