Categories: ଖେଳ

ରାଜ୍ୟ ଓପନ ର଼୍ୟାପିଡ୍‌ ଚେସ: ସୌମ୍ୟ ଚାମ୍ପିୟନ

ଭୁବନେଶ୍ୱର, ୧୩।୨ (କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଆୟୋଜିତ ୪ର୍ଥ ମୃତ୍ୟୁଞ୍ଜୟ ପାତ୍ର ମେମୋରିଆଲ ରାଜ୍ୟ ଓପନ ର଼୍ୟାପିଡ୍‌ ଚେସ୍‌ରେ ଫିଡେ ମାଷ୍ଟର ସୌମ୍ୟ ରଞ୍ଜନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଟପ୍‌ ସିଡ୍‌ ଭୁବନେଶ୍ୱରର ସୌମ୍ୟ ଓ କଟକର ସେକ୍‌ ସୟିଦ ୫ ପଏଣ୍ଟ ଲେଖାଏ ପାଇଥିଲେ। ତେବେ ବୁକୋଲଜରେ ସୌମ୍ୟ ପ୍ରଥମ ଏବଂ ସୟିଦ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର କୁମାର ଓଝା, ଅବିନାଶ ବଳିୟାରସିଂ, ଏନ. ସୁନ୍ଦର ରାଜନ, ନଟବର ଦାସ, ଶୁଭେନ୍ଦୁ କୁମାର ପାତ୍ର, ନଭନୀଥ ବେହେରା, ମାନସ ରଞ୍ଜନ ପରିଡ଼ା ଓ ବୋରହାନ ଅଲୀ ମୋଲ୍ଲା ଟପ୍‌-୧୦ ଫିନିଶ୍‌ କରିଛନ୍ତି। ଏହା ବ୍ୟତୀତ ୭, ୯, ୧୧, ୧୩ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗରେ ୨ ଜଣ ଲେଖାଏ ଖେଳାଳିଙ୍କୁ ଏଜ୍‌ ଗ୍ରୁପ୍‌ ଏବଂ ୪ ଖେଳାଳିଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରତିଯୋଗିତାଟି ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ପାଓ୍ବାରଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆର ସିନିୟର ଜେନେରାଲ ମ୍ୟାନେଜର (ଭୁବନେଶ୍ୱର ଅଫିସ) ରବି ଶଙ୍କର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ, ସାଇ ବୀଣାପାଣି ଜ୍ଞାନମନ୍ଦିର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share