ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା୧୭୩.୮%

ଭୁବନେଶ୍ୱର:  ଦେଶର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ପ୍ରକାଶ ପାଇଛି। ୨୦୨୧ ଏପ୍ରିଲ ରେ ଏହା ୧୨୦.୧ ପଏଣ୍ଟ ରହିଥିଲା, ଯାହା ୨୦୨୧ ମେ’ରେ ୦.୫ ପଏଣ୍ଟ ବଢ଼ି ୧୨୦.୬ ପଏଣ୍ଟରେ ପହଞ୍ଚତ୍ଛି।
ତାଳଚେର ଓ ଅନୁଗୋଳରେ ମଧ୍ୟ ଏହା ୧୨୭.୩ ପଏଣ୍ଟରେ ରହିଥିବା ବେଳେ ମେ’ରେ ଏହା ୧.୪ ପଏଣ୍ଟ ବୃଦ୍ଧି ଘଟି ୧୨୮.୭ ପଏଣ୍ଟ ହୋଇଛି। କଟକରେ ଏହା ୧୨୭ ପଏଣ୍ଟରେ ଥିଲା ବେଳେ ବର୍ତ୍ତମାନ ଏହା ୦.୫ ପଏଣ୍ଟ ବଢି ମେ’ରେ ୧୨୭.୫ ପଏଣ୍ଟରେ ରହିଛି। ଅନ୍ୟପକ୍ଷରେ କେନ୍ଦୁଝରରେ ମଧ୍ୟ ଏହା ୧୨୫.୫ ପଏଣ୍ଟରେ ରହିଥିଲା। ମେ’ରେ ଏହା ୧.୩ ପଏଣ୍ଟ ବଢି ୧୨୬.୮ ପଏଣ୍ଟକୁ ଛୁଇଁଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ ବର୍ତ୍ତମାନ ୧୭୦.୫୩% ଭତ୍ତା ପାଉଛନ୍ତି। ବର୍ତ୍ତମାନ ସମୟରେ ଏହା ୩.୨୭% ବୃଦ୍ଧି ପାଇ ୧୭୩.୮% ରେ ରହିଥିବା ସୂଚନା ମିଳିଛି। ଏହା ଜୁଲାଇ ପହିଲାରୁ ସେମାନଙ୍କୁ ଦିଆଯିବ । ସରକାରୀ କର୍ମଚାରୀମାନେ ବର୍ତ୍ତମାନ ୧୭% ଭତ୍ତା ପାଉଛନ୍ତି। ଏବେ ଏହା ୧୪% ବୃଦ୍ଧି ପାଇଛି। ଏହି ବୃଦ୍ଧି ରାଶି ସେମାନଙ୍କୁ ୨୦୨୦ ଜାନୁୟାରୀରେ ଯଥାକ୍ରମେ ୪%, ୨୦୨୦ ଜୁଲାଇରୁ ୩% ଏବଂ ୨୦୨୧ ଜାନୁୟାରୀରେ ୪% ଏବଂ ଅବଶିଷ୍ଟ ୩% ଜୁଲାଇ ୨୦୨୧ରେ ମିଳିବ । ସେହିପରି ବ୍ୟାଙ୍କ ଓ ବୀମା କର୍ମଚାରୀମାନେ ସେମାନଙ୍କର ବର୍ଦ୍ଧିତ ଭତ୍ତା ଅଗଷ୍ଟ ପହିଲାରୁ ପାଇବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Gold Rate Today: ପୁଣି ମହଙ୍ଗା ହେଲା ସୁନା: ୯୦ ହଜାର ଟପିଲା

ମୁମ୍ବାଇ,୨୮।୩: ସପ୍ତାହର ଶେଷ ବ୍ୟବସାୟ ଦିନ ଶୁକ୍ରବାର ଭାରତୀୟ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହେଉଛି। ବଜାରର ମୁଖ୍ୟ ସୂଚକାଙ୍କ ସେନସେକ୍ସ ପ୍ରାୟ ୧୫୦ ପଏଣ୍ଟ...

ନିଶାନ ବି-ଏମ୍‌ପିଭିର ଅନାବରଣ

ନୂଆଦିଲ୍ଲୀ,୨୮।୩: ନିଶାନ ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବି-ଏମ୍‌ପିଭିର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହି ନୂଆ ୭ ସିଟର...

କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ

ଏମ୍‌ଏସ୍‌ବି ଅଟୋମୋଟିଭ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ବ୍ୟାପକ ଡିଲରଶିପ୍‌ ନେଟ୍‌ୱର୍କ ସହିତ ଓଡ଼ିଶାର ୨ ଚକିଆ ବଜାରକୁ ନୂଆରୂପ ଦେଇଛି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମନସୁର...

ବ୍ୟାଙ୍କ୍‌ରୁ Loan ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ, କିଏ ପ୍ରତିଶୋଧ କରନ୍ତି ଟଙ୍କା: ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୨୭।୩: ଆଜିକାଲି ଆବଶ୍ୟକତା ପୂରଣ କରିବା ପାଇଁ Loan ବା ଋଣ ନେବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସାଧାରଣତଃ ଲୋକମାନେ ଘର କିମ୍ବା...

ATM-UPIରୁ ବାହାର କରିପାରିବେ PF ଟଙ୍କା, ଏହି ମାସରୁ ଲାଗୁ ହେବ ନିୟମ

ନୂଆଦିଲ୍ଲୀ,୨୭।୩: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ମେ ଶେଷ କିମ୍ବା ଜୁନ ୨୦୨୫ ଆରମ୍ଭ ସୁଦ୍ଧା ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଏହି...

ଦେଶର ଦୁଇ ବଡ଼ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା RBI

ନୂଆଦିଲ୍ଲୀ,୨୭।୩: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ଦୁଇଟି ବଡ଼ ବ୍ୟାଙ୍କ ଉପରେ ଜରିମାନା ଲଗାଇଛି। ବୁଧବାର RBI କହିଛି ଯେ ନିୟମ ପାଳନ ନକରିବା...

IPLରୁ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି ସରକାର, ଜଣେ ଲେଖାଏ କ୍ରିକେଟରଙ୍କ ଠାରୁ ନେଉଛନ୍ତି ଏତେ ଟଙ୍କା

ନୂଆଦିଲ୍ଲୀ,୨୭।୩: ଆଇପିଏଲ ଅର୍ଥାତ ଇଣ୍ଡିଆନ ପ୍ରିମିୟର ଲିଗ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ପ୍ରସିଦ୍ଧ କ୍ରିକେଟ ଲିଗ୍‌। ପ୍ରତିବର୍ଷ ଆଇପିଏଲରେ କୋଟି କୋଟି ଟଙ୍କାର ଖେଳ...

ପାରିବାରିକ ବ୍ୟବସାୟକୁ ଆଗକୁ ନେବା ଭାଗ୍ୟର କଥା

ଓଡ଼ିଶାର ଘରେ ଘରେ ପରିଚିତ ସାଲେପୁରସ୍ଥିତ ବିକଳାନନ୍ଦ କରଙ୍କ ରସଗୋଲା। ଦିନେ ଏକ ବରଗଛ ତଳେ ରସଗୋଲା ଓ ବରା ଡାଲମା ବିକୁଥଲେ ବିକଳାନନ୍ଦ। ମେଳା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image