‘ଭାଜପାରେ ମିଶିଯିବ ବିଜେଡି’

ଭୁବନେଶ୍ୱର,୧୯।୧୦: ଗତ କିଛିଦିନ ଧରି ବିଜେଡିର ତୁଙ୍ଗ ନେତାମାନେ ଦଳ ବିରୋଧରେ ବୟାନବାଜି କରୁଛନ୍ତି। ଏଥିନେଇ ଦଳରେ କନ୍ଦଳ ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ବିଜେଡି ନେଇ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି । ବିଜେଡି ଆଉ ବେଶୀ ଦିନ ରହିବ ନାହିଁ, ସେହି ଦଳ ଭାଙ୍ଗିଯିବ ବୋଲି ସେ କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି, ନିକଟରେ ବିଜେଡି ନେତା ଅମର ଶତପଥୀ ବିଜେଡି ବିରୋଧରେ ବିଷୋଦଗାର କରିଥିଲେ । ତାଙ୍କ ଭଳି ଜଣେ ଅଭିଜ୍ଞ ନେତାଙ୍କ ବୟାନ ଦେଖିଲେ ବିଜେଡିରେ ଆଉ କିଛି ନାହିଁ ବୋଲି ବୁଝାପଡ଼ୁଛି । ଏସବୁ ଲୋକେ ଅନୁଭବ କରି ଜନସାଧାରଣ ଭାଜପାକୁ ସରକାରକୁ ଆଣିଛନ୍ତି । ବିଜେଡି ରହିବ ନାହିଁ, ଏହା ସ୍ପଷ୍ଟ ଜଣାପଡ଼ୁଛି । ବିଜେଡି ପୂରା ଭାରତୀୟ ଜନତା ପାର୍ଟି(ଭାଜପା)ରେ ମିଶିବ । ବିଜେଡି କଂଗ୍ରେସ ସହ ନୁହେଁ ବରଂ ଭାଜପା ସହ ମିଶିଯିବ। ଯିଏ ଆମ ଦଳକୁ ଆସିବ, ଆମେ ତାଙ୍କୁ ଗ୍ରହଣ କରିବୁ ବୋଲି ରବି ନାଏକ କହିଛନ୍ତି ।

Share