Categories: ଖେଳ

ରାଜ୍ୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର, ୨୪ା୯(ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ପକ୍ଷରୁ ରାଜ୍ୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ସବ୍‌ଜୁନିୟର ବାଳକ ୫୩ କେଜି ବିଭାଗରେ ଅନୀଲ ନାୟକ (ସୁନ୍ଦରଗଡ଼) ସ୍ବର୍ଣ୍ଣ, ସୁଦର୍ଶନ ମଣ୍ଡଳ (ଖୋର୍ଦ୍ଧା) ରୌପ୍ୟ ଏବଂ ବାଦଲ ବଳିୟାର ସିଂ (ଖୋର୍ଦ୍ଧା) ବ୍ରୋଞ୍ଜ ଜିତିଛନ୍ତି। ସେହିପରି ୫୩କେଜି ଜୁନିୟର ବାଳକ ବିଭାଗରେ ବୈଭବେଶ୍ୱର ସାହୁ (କଟକ) ସ୍ବର୍ଣ୍ଣ, ରିଙ୍କୁ ମହାନ୍ତ (ମୟୂରଭଞ୍ଜ) ରୌପ୍ୟ ଓ ଅମ୍ରିତାଂଶୁ ସାହୁ (କଟକ) ବ୍ରୋଞ୍ଜ ପାଇଛନ୍ତି। ଅନ୍ୟପକ୍ଷରେ୫୩କେଜି ସବ୍‌ ଜୁନିୟର ବାଳକ ବେଞ୍ଚ୍‌ପ୍ରେସ୍‌ରେ ଖୋର୍ଦ୍ଧାର ସୁଦର୍ଶନ ମଣ୍ଡଳ ସ୍ବର୍ଣ୍ଣ ଏବଂ ବାଦଲ ବଳିୟାର ସିଂ ରୌପ୍ୟ ଜିତିଛନ୍ତି। ଜୁନିୟର ବାଳକ ୫୩କେଜି ବେଞ୍ଚ ପ୍ରେସ୍‌ରେ ଅମ୍ରିତାଂଶୁ ସାହୁ ସ୍ବର୍ଣ୍ଣ ଏବଂ ଓ୍ବାସିମ ଆକ୍ରମ (ଖୋର୍ଦ୍ଧା) ରୌପ୍ୟ ପାଇଛନ୍ତି। ପ୍ରତିଯୋଗିତାକୁ ଇଂ ଚିତ୍ତରଞ୍ଜନ ସ୍ବାଇଁ, କୃଷ୍ଣଚନ୍ଦ୍ର ସାହୁ, ପ୍ରଦୀପ ପାତ୍ର, ସମରେନ୍ଦ୍ର ରାଉତରାୟ, ଚିତ୍ତରଞ୍ଜନ ମିଶ୍ର. ଗଙ୍ଗାଧର ବିଶୋଇ, କିର୍ତ୍ତନ ବେହେରା, ରମେଶ ବିଡ଼ିକା, ବି.ପି. ବେହେରା, ଶକ୍ତିରଞ୍ଜନ ବାରିକ, ରାକେଶ ଶତପଥୀ, ଗୌରି ମହାନ୍ତି ଓ ତନୟା ପଣ୍ଡା ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ।

Share