Categories: ଖେଳ

ରାଜ୍ୟ ସ୍କୁଲ ଓପନ ଚେସ୍‌: ନମସ୍ୟା ଚାମ୍ପିୟନ

ଭୁବନେଶ୍ୱର, ୫ା୬ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନ ମନ୍ଦିର ପରିସରରେ ରବିବାର ରାଜ୍ୟ ସ୍କୁଲ ଓପନ ଚେସ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡବିଶିଷ୍ଟ ଏହି ପ୍ରତିଯୋଗିତାରେ ସେଣ୍ଟ ଜାଭିୟର ହାଇସ୍କୁଲ (କେଦାରଗୌରୀ)ର ନମସ୍ୟା ନଳିନୀ ସର୍ବାଧିକ ୪.୫ ପଏଣ୍ଟ ଅର୍ଜନ କରି ଚାମ୍ପିୟନ ହୋଇଛନ୍ତି। ଷ୍ଟିଓ୍ବାର୍ଟ ସ୍କୁଲ, ଭୁବନେଶ୍ୱରର ରିଷିଥ୍‌ ଦେବନାଥ (୪.୦) ରନରଅପ୍‌ ହୋଇଛନ୍ତି। ଯଥାକ୍ରମେ ୩ୟରୁ ୧୦ମ ସ୍ଥାନରେ ରହିଥିବା ଖେଳାଳିମାନେ ହେଲେ ଓମ୍‌ କ୍ରିଷ୍ଣା ପ୍ରଧାନ, ବିଶ୍ୱମ ବାଜୋରିଆ, ଅନୁପମ ରଣସିଂଘ, ଦୀପ୍ତୀ ରଞ୍ଜନ ସାହୁ, ଆୟାଂଶ ସାମଲ, ଶ୍ରୀୟାଂଶ ମହାପାତ୍ର, ରୁଦ୍ର ପ୍ରତାପ ମିଶ୍ର ଓ ଅଭିଜ୍ଞ ରଥ। ବାଳିକା ବିଭାଗରେ ପ୍ରଥମ ପୁରସ୍କାର ଶ୍ରଦ୍ଧାଶ୍ରୀ ଲେଙ୍କା ଓ ଦ୍ୱିତୀୟ ପୁରସ୍କାର ଅନ୍ବେଷା ମହାପାତ୍ର ପାଇଛନ୍ତି। ସେହିପରି ୧୩ ବର୍ଷରୁ କମ୍‌ ବୟସ ବର୍ଗରେ ସ୍ବାତିକା ବେହେରା ଓ ଇଶାନ ମୋଦି, ୧୧ ବର୍ଷରୁ କମ୍‌ ବିଭାଗରେ ଇଶାନ ନନ୍ଦ ଓ ସ୍ବାତିକ ରଞ୍ଜନ ସ୍ବାଇଁ, ୯ ବର୍ଷରୁ କମ୍‌ ବିଭାଗରେ ଅଭ୍ୟନ ପଣ୍ଡା ଓ ଅଭନେସ ସାମନ୍ତରାୟ ଏବଂ ୭ ବର୍ଷରୁ କମ୍‌ ବିଭାଗରେ ମୋହିତ ମନବୀର ପଣ୍ଡା ଓ ଦିବ୍ୟଦୃଷ୍ଟି ଶତପଥୀ ପ୍ରମୁଖ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ଲାଭ କରିଛନ୍ତି। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ଗୋଇନ୍ଦା ବିଭାଗ ଇନ୍ସପେକ୍ଟର ପ୍ରିୟଦର୍ଶିନୀ ନାୟକ ଅତିଥି ଭାବେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଇ ବୀଣାପାଣି ଜ୍ଞାନ ମନ୍ଦିରର ସେକ୍ରେଟାରୀ ଭବାନୀ ଶଙ୍କର ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share