Categories: ଖେଳ

ରାଜ୍ୟ ସିନିୟର କରାଟେ: ଭୁବନେଶ୍ୱର ଚାମ୍ପିୟନ୍‌

ଭୁବନେଶ୍ୱର,୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ବର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ୩୪ ତମ ରାଜ୍ୟ ସିନିୟର ଓ ୨୧ ବର୍ଷରୁ କମ କରାଟେ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ୧୯ ଜିଲ୍ଲାରୁ ମୋଟ ୧୫୦ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ଉତରାଖଣ୍ଡରେ ଆଗାମୀ ଫେବୃୟାରି ମାସରେ ହେବାକୁ ଥିବା ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ଏଥିରୁ କରାଟେକା ମନୋନୀତ ହୋଇଛନ୍ତି। ଉଦ୍‌ଯାପନୀ ଉତ୍ସବରେ ଏମ୍‌ବିଏସ ପବ୍ଲିକ ସ୍କୁଲର ଚେୟାରମ୍ୟାନ ସୋରେନ ମହାପାତ୍ର, ରୁଚି ଫୁଡଲାଇନର ପ୍ରୋପାଇଟର ରଶ୍ମୀ ସାହୁ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ ।
ଓଡିଶା ରାଜ୍ୟ କରାଟେ ସଂଘର ସଭାପତି ଡ. ହରିପ୍ରସାଦ ପଟ୍ଟନାୟକ, ସଭ୍ୟ କାଳି ପ୍ରସାଦ ନନ୍ଦ, ସମ୍ପାଦକ ଡ. ଗୌରି ମହାନ୍ତି, ସେନସେଇ ଖାରବେଳ ମଲିକ, ରାଜୀବ ସିଂ, ସନ୍ଦୀପ ମହାନ୍ତି, ଦୀପକ ସାମନ୍ତରାୟ, ସନକ ଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଦଳଗତ ଭାବେ ଭୁବନେଶ୍ବର ୨୫ ସ୍ବର୍ଣ୍ଣ , ୧୬ ରୌପ୍ୟ ଓ ୧୬ ବ୍ରୋଞ୍ଜ ସହ ପ୍ରଥମ ସ୍ଥାନ , କୋରାପୁଟ ୨ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ ବ୍ରୋଞ୍ଜ ସହ ଦିତୀୟ ଏବଂ ବାଲେଶର ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି।

Share