ଭୁବନେଶ୍ୱର, ୨୫।୯ (ବ୍ୟୁରୋ): ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କରୋନା ଆକ୍ରାନ୍ତ ହୋଇଛନ୍ତି। କ୍ରୀଡ଼ାମନ୍ତ୍ରୀ ନିଜେ ଶୁକ୍ରବାର ଟୁଇଟ୍ ଯୋଗେ ଏହି ସୂଚନା ଦେଇଛନ୍ତି। ‘ମୁଁ ଆଜି କରୋନା ଆକ୍ରାନ୍ତ ହୋଇଛି। ବିଗତ ୭ ଦିନ ମଧ୍ୟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଆଇସୋଲେଶନରେ ରଖନ୍ତୁ। ମୁଁ ଏବେ ହୋମ୍ ଆଇସୋଲେଶନରେ ଥାଇ ସୁସ୍ଥ ଅଛି’ ବୋଲି ତୁଷାରକାନ୍ତି ଟୁଇଟର୍ରେ ଉଲ୍ଲେଖ କରିଛନ୍ତି।
I have tested COVID positive today. Hence I request all my friends and associates who came in contact with me in last 7 days to test & isolate themselves.#StaySafe
— Tusharkanti Behera (@btushar02) September 25, 2020