Categories: ଖେଳ

ରାଜ୍ୟ ୯ ବର୍ଷରୁ କମ୍‌ ଚେସ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୮।୮ (ତପନ ସ୍ବାଇଁ) :କଟକ ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ ହର୍ଷଗେଟ୍‌ ପରିସରରେ ରାଜ୍ୟ ୯ ବର୍ଷରୁ କମ୍‌ ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଏହାର ବାଳିକା ବିଭାଗରେ କଟକର ଇ. ଦିବ୍ୟା ଓ ବାଳକରେ ଖୋର୍ଦ୍ଧାର ମନୀଷ ମିଶ୍ର ଚାମ୍ପିୟନ ହୋଇଛନ୍ତି। ବାଳିକା ବିଭାଗରେ ଅର୍ଷିୟା ସାହୁ, ଆର୍ନିକା ଦାଶ, ଶ୍ରୀଜଲ ସେନାପତି, ଜନଭି ମିଶ୍ର, ଅକ୍ଷତ ମିଶ୍ର, ସମିନା ସ୍ବାଇଁ, ପ୍ରେରଣା ପ୍ରିୟମ୍ବଦା ବେହେରା, ଅଦିତି ମହାରଣା ଓ ଆଦ୍ୟାଶ୍ରୀ ପଣ୍ଡା ପ୍ରଥମ ୧୦ ସ୍ଥାନରେ ରହିଛନ୍ତି। ସେହିପରି ବାଳକରେ ସାତ୍ତ୍ୱିକ ସ୍ବାଇଁ, ଧନୁଜ ଏ., ଗାଙ୍ଗେଶ ରାଓ ଜି., ଅଦଭିକ ଆଦିତ୍ୟ ସ୍ବାଇଁ, ଦେବପ୍ରିୟ ବିଶ୍ୱାଳ, ଶ୍ରେୟାଂଶ ଦାସ, ସତ୍ୟଜିତ ସେନାପତି, ମୃଗଙ୍କ ଶେଖର ଦାସ ଓ ଜୀତେଶ ସାମଲ ଯଥାକ୍ରମେ ୨ୟରୁ ୧୦ମ ସ୍ଥାନ ଅଧିକାର କରିଛନ୍ତି। ଏମାନଙ୍କ ବ୍ୟତୀତ ବିଭିନ୍ନ ବୟସ ବର୍ଗର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ (ଡିଡବ୍ଲ୍ୟୁ ଆଣ୍ଡ ଏସ୍‌) ବି. ପରମେଶ୍ୱରନ ମୁଖ୍ୟଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ସମ୍ପାଦକ ଦେବବ୍ରତ ଭଟ୍ଟ, ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ ସମ୍ପାଦକ ଅଭିଜିତ ପାଲ, ରାଜ୍ୟର ପ୍ରଥମ ଚେସ୍‌ ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ, ଓଲିଉଡ୍‌ ଅଭିନେତା ତଥା ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର, କଟକ ଜିଲା ଚେସ୍‌ ଆସୋସିଏଶନ ସଭାପତି ବିବେକ ତିବରଓ୍ବାଲ, ସମ୍ପାଦକ ଅଜୟ କୁମାର ନାୟକ, ଯୁଗ୍ମ ସମ୍ପାଦକ ତାପସ ମହାନ୍ତି, ଆୟୋଜକ କମିଟି ଚେୟାରମ୍ୟାନ ପ୍ରଶାନ୍ତ କୁମାର, ମୁଖ୍ୟ ଆର୍ବିଟର ନୀହାର ରଞ୍ଜନ ସାସମଲ ପ୍ରମୁଖ ଉପସ୍ଥିତ ଥିଲେ।

Share