ରାଜ୍ୟରେ ହେବ ଆଉ ୬ ନୂଆ ଥାନା

ଭୁବନେଶ୍ୱର,୭।୮(ବ୍ୟୁରୋ): ରାଜ୍ୟରେ ଆଉ ୬ଟି ନୂଆ ଥାନା ଏବଂ ୯୦୫ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅନୁମତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ଥିବା ଥାନାର ସୀମା ଭାଗ କରାଯାଇ ଏହି ନୂଆ ଥାନା ହେବ। ଖଣ୍ଡଗିରି, ଅନୁଗୋଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା, ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା ପରିସୀମା ଭଙ୍ଗାଯାଇ ଦୁଇ ଭାଗ ହେବ ବୋଲି ଜଣାପଡ଼ିଛି। ଏ ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି। ନୂତନ ପଦବୀ ଏବଂ ଥାନା ପ୍ରତିଷ୍ଠା ଦ୍ୱାରା ଆଇନ ଶୃଙ୍ଖଳା ଏବଂ ଜନତାଙ୍କୁ ସେବା ଯୋଗାଇବାରେ ସହାୟକ ହେବ ବୋଲି ଡିଜିପି ଅଭୟ ଆଶା ପ୍ରକାଶ କରିଛନ୍ତି।

Share