ଭୁବନେଶ୍ୱର, ୨୭।୩ (କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ରାଜ୍ୟ ବାହୁକୁସ୍ତି ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଜିଲାରୁ ମୋଟ ୧୫୦ ପ୍ରତିଯୋଗୀ ଭାଗ ନେଇଥିବାବେଳେ କଟକ ଦଳଗତ ଚାମ୍ପିୟନ ହୋଇଛି।
ମହିଳା ବିଭାଗରେ ନଗ୍ମା ଆରା ବେଗମ୍ ଏବଂ ପୁରୁଷରେ ପ୍ରମୋଦ ମୁଖି ଚାମ୍ପିୟନ ଅଫ୍ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ବହୁକୁସ୍ତି ସଂଘ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାକୁ ଅଶୋକ ଶର୍ମା, ରାଜ କିଶୋର ଦାସ, ସାଗର ନାୟକ, ସନ୍ତୋଷ ଦାସ, ସୁନୀଲ କୁମାର ରାଉତ, କୁନୁ ମୁଖି, ପ୍ରବୀର ଷଡ଼ଙ୍ଗୀ ଏବଂ ଶଶିକାନ୍ତ ଜେନା ପରିଚାଳନା କରିଥିଲେ। ଚିତ୍ତରଞ୍ଜନ ମିଶ୍ର, ମୀର ଅଜମତ ଅଲୀ, ହିମାଂଶୁ ଶେଖର ଦାସ, ସନ୍ଦିପ ଦାସ, ସନ୍ଦିପ ମହାନ୍ତି, ଲଳିତ ସାହୁ ପ୍ରମୁଖ ସହଯୋଗ କରିଥିଲେ।