Categories: ଜାତୀୟ

ସଂସଦରେ ଆପତ୍ତିଜନକ ଟିପ୍ପଣୀ ଦେବା ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ବିଧୁରୀ

ନୂଆଦିଲ୍ଲୀ,୨୪।୯: ନୂଆ ସଂସଦର ସ୍ବତନ୍ତ୍ର ଅଧିବେଶନ ସମୟରେ ଭାଜପା ସାଂସଦ ରମେଶ ବିଧୁରୀଙ୍କ ବିଏସପି ସାଂସଦ ଡାନିସ୍‌ ଅଲିଙ୍କ ପ୍ରତି ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଅଧିବେଶନ ପରେ ବିଧୁରୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବିଏସପି ସାଂସଦଙ୍କ ବିରୋଧରେ ଦିଆଯାଇଥିବା ଟିପ୍ପଣୀ ସମ୍ପର୍କରେ ତାଙ୍କୁ ଗଣମାଧ୍ୟମରେ ପ୍ରଶ୍ନ କରାଯାଇଥିଲା। ଏନେଇ ସେ କୌଣସି ମନ୍ତବ୍ୟ ରଖିବେ ନାହିଁ ବୋଲି କହିଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲା ଏହି ପ୍ରସଙ୍ଗରେ ବିଚାର କରୁଛନ୍ତି। ଏହା ବ୍ୟତୀତ, ମୁଁ ବର୍ତ୍ତମାନ ଏହି ପ୍ରସଙ୍ଗରେ କିଛି କହିବାକୁ ଚାହେଁ ନାହିଁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ସଂସଦର ସ୍ବତନ୍ତ୍ର ଅଧିବେଶନରେସ୍‌ ଭାଜପା ସାଂସଦ ବିଧୁରୀ ବିଏସପି ସାଂସଦଙ୍କ ବିରୋଧରେ ସାମ୍ପ୍ରଦାୟିକ ଟିପ୍ପଣୀ ଦେଇଥିଲେ। ଏହାପରେ ବିବାଦ ଉପୁଜିଥିଲା। ସବୁ ଦଳ ଏହାକୁ ନିନ୍ଦା କରିଥିଲେ। ଆଲୋଚନା ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏନେଇ କ୍ଷମା ମାଗିଥିଲେ।

Share