Advertisement

“ସୁଲଭ ଔଷଧ, ଚିକିତ୍ସା ଉପକରଣ ଯୋଗାଇବାରେ ରାଜ୍ୟଗୁଡ଼ିକ ବିଫଳ ହୋଇଛନ୍ତି…”:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪।୩: ରାଜ୍ୟ ସରକାରଗୁଡ଼ିକ ସୁଲଭ ଚିକିତ୍ସା ସେବା ଏବଂ ଭିତ୍ତିଭୂମି ସୁନିଶ୍ଚିତ କରିବାରେ ବିଫଳ ହୋଇଛନ୍ତି। ସମାଜର ଗରିବ ବର୍ଗର ଲୋକଙ୍କ ପାଇଁ ସୁଲଭ ମୂଲ୍ୟର ଔଷଧ, ବିଶେଷକରି ଅତ୍ୟାବଶ୍ୟକ ଔଷଧ ଯୋଗାଇବା କ୍ଷେତ୍ରରେ ରାଜ୍ୟଗୁଡ଼ିକର ବିଫଳତାକୁ ଉଲ୍ଲେଖ କରି ସୁପ୍ରିମକୋର୍ଟ କଠୋର ସମାଲୋଚନା କରିଛନ୍ତି।

ଏହି ବିଫଳତା, “ବେସରକାରୀ ହସ୍ପିଟାଲଗୁଡ଼ିକୁ ସୁବିଧା ଏବଂ ପ୍ରୋତ୍ସାହନ ପ୍ରଦାନ କରିଛି ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି”।

ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଏନକେ ସିଂହଙ୍କ ଖଣ୍ଡପୀଠ ଏକ ଜନସ୍ୱାର୍ଥ ମାମଲା ଶୁଣାଣି କରୁଥିଲେ। ଯେଉଁଥିରେ ଦାବି କରାଯାଇଥିଲା ଯେ, ଘରୋଇ ହସ୍ପିଟାଲଗୁଡ଼ିକ ରୋଗୀ ଏବଂ ସେମାନଙ୍କ ପରିବାରକୁ ଅତ୍ୟଧିକ ଟଙ୍କା ଦାବି କରିବା ସହିତ ସେଠାରେ ଥିବା ଫାର୍ମାସିରୁ ଔଷଧ, ଇମ୍ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ କିଣିବାକୁ ବାଧ୍ୟ କରୁଛନ୍ତି।

ଏଥିରେ ଆହୁରି ମଧ୍ୟ କୁହାଯାଇଥିଲା ଯେ ରୋଗୀମାନଙ୍କୁ କେବଳ ହସ୍ପିଟାଲ ଫାର୍ମାସିରୁ କିଣିବାକୁ ବାଧ୍ୟ ନ କରିବା ଏବଂ ଏହା ମଧ୍ୟ ଅଭିଯୋଗ କରିଥିଲା ​​ଯେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ନିୟାମକ ଏବଂ ସଂଶୋଧନମୂଳକ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି, ଯାହା ଫଳରେ ରୋଗୀମାନେ ଶୋଷଣ ହେଉଛନ୍ତି।

ଏହା ଜବାବରେ କୋର୍ଟ କହିଥିଲେ “ଆମେ ଆପଣଙ୍କ ସହିତ ସହମତ… କିନ୍ତୁ ଏହାକୁ କିପରି ନିୟନ୍ତ୍ରଣ କରିବେ?” ଜଷ୍ଟିସ ସୂର୍ଯ୍ୟକାନ୍ତ ପ୍ରଶ୍ନ କରିଥିଲେ। କୋର୍ଟ ଶେଷରେ ଉଲ୍ଲେଖ କରିଛନ୍ତି ଯେ ଉପଯୁକ୍ତ ଚିକିତ୍ସା ସେବା ସୁନିଶ୍ଚିତ କରିବା ରାଜ୍ୟଗୁଡ଼ିକର କର୍ତ୍ତବ୍ୟ।

ଏହା ମଧ୍ୟ କୁହାଯାଇଛି ଯେ କିଛି ରାଜ୍ୟ ଆବଶ୍ୟକୀୟ ଚିକିତ୍ସା ସେବା ପ୍ରଦାନ କରିବାରେ ସକ୍ଷମ ହୋଇନାହାଁନ୍ତି ଏବଂ ତେଣୁ, “ବେସରକାରୀ ସଂସ୍ଥାଗୁଡ଼ିକୁ ସୁବିଧା ଏବଂ ପ୍ରୋତ୍ସାହନ” ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share