Categories: ଜାତୀୟ

ନିରାଡମ୍ବର ଭାବେ ଗଣେଶ ପୂଜା ପାଳିବାକୁ ସରକାରଙ୍କ ନିବେଦନ

ନୂଆଦିଲ୍ଲୀ,୮ା୯: କେରଳକୁ ବାଦ୍‌ ଦେଲେ ଭାରତ କରୋନା ମହାମାରୀକୁ ଆୟତ୍ତକୁ ଆଣିସାରିଛି। ତେବେ ତୃତୀୟ ଲହରର ସମ୍ଭାବନା ନେଇ କେନ୍ଦ୍ର ସରକାର ସତର୍କ ଅଛନ୍ତି। ଉତ୍ସବକୁ ଦୃଷ୍ଟିରେ ରଖି ସରକାର କିଛି ବିଶେଷ ପଦକ୍ଷେପ ନେଇଛନ୍ତି।

ମହାରାଷ୍ଟ୍ରରେ ନିରାଡମ୍ବର ସହ ଗଣେଶ ପୂଜା ପାଳନ କରିବାକୁ ନାଗରିକମାନଙ୍କୁ ନିବେଦନ କରାଯାଇଛି। ଏ ନେଇ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସର୍ବସାଧାରଣ ଗଜାନନଙ୍କୁ ପେଣ୍ଡାଲରେ ଦର୍ଶନ କରିପାରିବେନି ବୋଲି ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ଏହା ବ୍ୟତୀତ ଶୋଭାଯାତ୍ରାରେ କମ୍‌ ସଂଖ୍ୟକ ଲୋକ ଯିବେ। ଏଥିରେ ବ୍ୟତିକ୍ରମ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି।

Share