ମାର୍ଚ୍ଚ ୧୫ରେ ଡ୍ରାଇଭରଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧୫ରୁ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବେ ଡ୍ରାଇଭର। ୮ଦଫା ଦାବି ନେଇ ଡ୍ରାଇଭର ଏକତା ମହାମଞ୍ଚ ଓଡ଼ିଶା ସଂଘର ଆହ୍ବାନକ୍ରମେ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ଼ି ପରିବହନ ବନ୍ଦକରି ଚକାଜାମ କରିବେ। ସ୍ମାର୍ଟ ସିଟି ଅଟୋ ଆସୋସିଏଶନ, ଓଡିଶା ମୋଟର ଚାଳକ ସଂଘ ଏବଂ ଓଡିଶା ପରିବହନ ଚାଳକ ସଂଘ ସମେତ ୧୦ ଡ୍ରାଇଭର ସଂଘ ଏହି ଆନ୍ଦୋଳନରେ ସାମିଲ ହେବେ। ଏହି ଆନ୍ଦୋଳନକୁ ସମର୍ଥନ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ସମସ୍ତ ଆସୋସିଏଶନକୁ ନେଇ ମହାମଞ୍ଚ ପକ୍ଷରୁ ରବିବାର ଭୁବନେଶ୍ୱରର ହ୍ୟାଲୋ ଗାର୍ଡେନ ମଣ୍ଡପଠାରେ ଆୟୋଜିତ ଖବରଦାତା ସମ୍ମିିଳନୀରେ ସୂଚନା ଦିଆଯାଇଛି ା
ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଡ୍ରାଇଭର ସଂଘ ସେମାନଙ୍କ ଦାବି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଗତ ଡିସେମ୍ବର ୧୫ ସୁଦ୍ଧା ସମସ୍ତ ସମସ୍ୟାର ସମାଧାନ ହେବ ବୋଲି କହିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଏଥର ଏକ ଦୁର୍ବାର ଆନ୍ଦୋଳନ ହେବ ଓ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମହାମଞ୍ଚ ସଭାପତି ପ୍ରଶାନ୍ତ ମୁଣ୍ଡୁଲି ଚେତାବନୀ ଦେଇଛନ୍ତି।

Share