ତେଜିବାରେ ଲାଗିଛି ମୂର୍ତ୍ତି ଉଚ୍ଚତା ବିବାଦ : କଂଗ୍ରେସର ମଉନ ପ୍ରତିବାଦ

କଟକ ଅଫିସ, ୧୫।୯: ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ଦେବୀଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତାକୁ ନେଇ ବିବାଦ ତେଜିବାରେ ଲାଗିଛି। ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ନ ହେବା ନେଇ ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଏହା ପ୍ରତିବାଦରେ ଭାଜପା ଗତ ସୋମବାର କଟକ ବନ୍ଦ ଡାକରା ଦେଇଥିବା ବେଳେ କଂଗ୍ରେସ ପକ୍ଷରୁ ବୁଧବାର ପ୍ରତିବାଦ କରାଯାଇଛି। ମୂର୍ତ୍ତି ଉଚ୍ଚତା ବାଢ଼ାଇବା ଦାବିରେ କଟକ ନଗର କଂଗ୍ରେସ ଓ କଟକର ଏକ ସାମାଜିକ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ପୁରୀଘାଟ ଗାନ୍ଧି ମୂର୍ତ୍ତି ତଳେ ନଗର କଂଗ୍ରେସ ପକ୍ଷରୁ ମଉନ ପ୍ରତିବାଦ ହେଉଛି । ଏଥିରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ସାମିଲ ହୋଇଛନ୍ତି । ସେପଟେ ମାଛୁଆ ବଜାରରେ ହିନ୍ଦୁ ଜାଗରଣ ମଞ୍ଚ କର୍ମକର୍ତ୍ତା କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି ।

Share