ଆମେରିକାର ନ୍ୟୁଜର୍ସିରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଗୋପୀ ସେଠ୍ ନିଜ ଘର ସାମ୍ନାରେ ବଲିଉଡ୍ ଖ୍ୟାତନାମା ଅଭିନେତା ଅମିତାଭ ବଚ୍ଚନଙ୍କ ମୂର୍ତ୍ତି ସ୍ଥାପନ କରିଛନ୍ତି। ମୂର୍ତ୍ତିର ଫଟୋ ଗୋପୀ ଟ୍ବିଟରରେ ଶେୟାର କରିଛନ୍ତି। ଗୋପୀ ଓ ତାଙ୍କ ସ୍ତ୍ରୀଙ୍କ ପାଇଁ ଅମିତାଭ କୌଣସି ଭଗବାନଙ୍କଠାରୁ କମ୍ ନୁହନ୍ତି ବୋଲି ସେ କହିଛନ୍ତି। ବିଗ୍ ବି ତାଙ୍କ ପାଇଁ ପ୍ରେରଣା। ମୂର୍ତ୍ତି ବାବଦରେ ଅମିତାଭ ଅବଗତ ଥିବାବେଳେ ସେ ଏପରି କରିବାକୁ ଗୋପୀଙ୍କୁ ମନା କରିଥିଲେ। ଗୋପୀ ୩୦ ବର୍ଷ ଧରି ବିଗ୍ ବି ଏକ୍ସଟେଣ୍ଡେଡ୍ ଫ୍ୟାମିଲି ନାମରେ ଏକ ଓ୍ବେବ୍ ସାଇଟ୍ର ପରିଚାଳନା କରୁଛନ୍ତି। ମୂର୍ତ୍ତିରେ ଅମିତାଭ ‘କୌନ ବନେଗା କରୋଡ୍ପତି’ ଷ୍ଟାଇଲରେ ଏକ ଚେୟାରରେ ବସିଥିବାର ଦେଖିବାକୁ ମିଳିଛି। ମୂର୍ତ୍ତିରେ ମୋଟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାକୁ ରାଜସ୍ଥାନରେ ତିଆରି କରାଯାଇଛି। ନିର୍ମାଣ କାର୍ଯ୍ୟ ସରିବା ପରେ ମୂର୍ତ୍ତିକୁ ଆମେରିକା ପଠାଯାଇଥିଲା।