Categories: ଫୁରସତ

ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି

ପୃଥିବୀର ବିଭିନ୍ନ ସ୍ଥାନରେ ଏଭଳି କିଛି ସ୍ଥାପତ୍ୟ ରହିଛି, ଯାହାକୁ ଦେଖିବା ଲାଗି ରାତି ପାହିଲେ ଜମେ ଦର୍ଶକଙ୍କ ଭିଡ଼।
ଏଭଳି ଏକ ଆଶ୍ଚର୍ଯ୍ୟଜନକ କୀର୍ତ୍ତି ହେଉଛି ଆମେରିକାର ନ୍ୟୁୟର୍କ ସହରରେ ଥିବା ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି। ଆସନ୍ତୁ ଜାଣିବା
ଏହା ସମ୍ପର୍କରେ କିଛି ରୋଚକ କଥା…

ଆମେରିକା ଏବଂ ଫ୍ରାନ୍ସ ମଧ୍ୟରେ ବନ୍ଧୁତାର ପ୍ରତୀକ ଭାବେ ୧୮୮୬ ମସିହା ଅକ୍ଟୋବର ୨୮ ତାରିଖରେ ଆମେରିକା ରାଷ୍ଟ୍ରପତି ଗ୍ରୋଭର କ୍ଲିଭ୍‌ଲାଣ୍ଡଙ୍କ ଉପସ୍ଥିତିରେ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଉଦ୍‌ଘାଟନ ହୋଇଥିଲା।

ଫ୍ରେଞ୍ଚ୍‌ ମୂର୍ତ୍ତିକାର ଫ୍ରେଡେରିକ୍‌ ଅଗଷ୍ଟ ବାର୍ଥୋଲ୍ଡି ଡିଜାଇନ୍‌ କରିଥିବା ବେଳେ ଆଭ୍ୟନ୍ତରୀଣ ନିର୍ମାଣ କାର୍ଯ୍ୟ ଇଞ୍ଜିନିଅର ଗଷ୍ଟେଭ୍‌ ଇଫେଲ୍‌ ତଦାରଖ କରିଥିଲେ।

ନିର୍ମାଣ କରିବା ଲାଗି ୩୦୦ ଭିନ୍ନଭିନ୍ନ ପ୍ରକାରର ହାତୁଡି ବ୍ୟବହାର କରାଯାଇଥିଲା।

ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ବି ସ୍ଥାନ ପାଇଥିଲା।

ପ୍ରକୃତ ନାମ ହେଉଛି ଲିବର୍ଟି ଏନ୍‌ଲାଇଟେନିଂ ଦି ଓ୍ବାଲର୍‌ଡ।

ମୂର୍ତ୍ତି ହାତରେ ଧରିଥିବା ମଶାଲ ଏବଂ ବହିରେ ଆମେରିକାର ସ୍ବତନ୍ତ୍ରତା ଘୋଷଣା ହେବା ଦିବସ ଜୁଲାଇ ୪, ୧୭୭୬ ଖୋଦିତ ହୋଇଛି।

ଅକ୍ଟୋବର ୧୫ ତାରିଖରେ ଏହାକୁ ଆମେରିକାର ଜାତୀୟ କୀର୍ତ୍ତିର ମାନ୍ୟତା ମିଳିଥିଲା।

ଷ୍ଟାଚ୍ୟୁର ରଙ୍ଗ ସବୁଜ ଦେଖାଯାଉଥିଲେ ହେଁ ବାସ୍ତବରେ ଏହାକୁ ଏପରି ରଙ୍ଗ କରାଯାଇ ନାହିଁ । ଏହାକୁ ନିର୍ମାଣ କରିବା ଲାଗି ବ୍ୟବହାର କରାଯାଇଥିବା ପିତ୍ତଳ ପବନ ସଂସ୍ପର୍ଶରେ ଆସିବା ଦ୍ୱାରା ସମୟକ୍ରମେ ଏହାର ରଙ୍ଗ ପରିବର୍ତ୍ତିତ ହୋଇ ଏପରି ହୋଇଛି।

ମୂର୍ତ୍ତିର ଉଚ୍ଚତା ୯୩ ମିଟର ହୋଇଥିବା ବେଳେ ଓଜନ ୨୦୪ ମେଟ୍ରିକ୍‌ ଟନ୍‌।

ମୁକୁଟରେ ୨୫ଟି ଝରକା ରହିଛି। ସେଠାକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କୁ ୩୫୪ ପାହାଚ ଚଢ଼ିବାକୁ ହୋଇଥାଏ।
ମୁକୁଟରେ ଥିବା ୭ଟି କଣ୍ଟା ୭ଟି ମହାଦେଶକୁ ସୂଚାଇଥାଏ।

ମୂର୍ତ୍ତି ବର୍ଷକୁ ପ୍ରାୟ ୬୦୦ଥର ବଜ୍ରାଘାତର ଶିକାର ହୋଇଥାଏ। ଏହାର ଫଟୋ ପ୍ରଥମ ଥର ପାଇଁ ୨୦୧୦ରେ ଉଠାଯାଇଥିଲା।

Share