କାନାଡ଼ାରେ ଭାଙ୍ଗିଦେଲେ ଗାନ୍ଧୀ ପ୍ରତିମୂର୍ତ୍ତି, ଭାରତର ପ୍ରତିବାଦ

ରିଚ୍‌ମଣ୍ଡ, ୧୪ା୭: କାନାଡାର ରିଚ୍‌ମଣ୍ଡ ହିଲ୍‌ ସହରରେ ଥିବା ମହାତ୍ମା ଗାନ୍ଧୀଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଛି। କିଛି ଖଲିସ୍ତାନୀ ସମର୍ଥକ ଏବଂ ପାକିସ୍ତାନ ବଂଶୋଦ୍ଭବ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡିଛି। ପ୍ରତିମୂର୍ତ୍ତି ଭାଙ୍ଗିବା ବେଳର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ରିପିସ୍‌ ପାର୍କ ସ୍ଥିତ ବିଷ୍ଣୁ ମନ୍ଦିର ନିକଟରେ ଥିବା ୨୦ ଫୁଟ ଉଚ୍ଚତାର ଗାନ୍ଧୀଙ୍କ ମୂର୍ତ୍ତି ଭଙ୍ଗାଯିବାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ପ୍ରତିବାଦ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତୀୟ କନ୍‌ସୁଲେଟ୍‌ ଜେନେରାଲ କାନାଡା କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଜଣାଇଛନ୍ତି।

Share