Categories: ଜାତୀୟ

ପାର୍ଲାମେଣ୍ଟ୍‌ ପରିସରରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି ଗେଟ୍‌ ନମ୍ବର ୧ରୁ ହଟାଗଲା

ନୂଆଦିଲ୍ଲୀ, ୨୦।୧: ପାର୍ଲାମେଣ୍ଟ୍‌ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଗେଟ୍‌ ନମ୍ବର ୧ରୁ ହଟାଇ ଦିଆଯାଇଛି। ଏବେ ଏହାକୁ ଗେଟ୍‌ ନମ୍ବର ୨ ଏବଂ ୩ ମଧ୍ୟରେ ସ୍ଥାପନ କରାଯାଇଛି। ପ୍ରତିମୂର୍ତ୍ତି ସମ୍ମୁଖରେ ବିଭିନ୍ନ ସମୟରେ ପାର୍ଲାମେଣ୍ଟ୍‌ ସଦସ୍ୟ ଧାରଣା ଦେଇଥାନ୍ତି। ତେବେ ପ୍ରତିମୂର୍ତ୍ତି କାହିଁକି ହଟାଯାଇଛି ସେ ନେଇ କୌଣସି ସୂଚନା ମିଳି ନାହିଁ। ୧୯୯୩ ଗାନ୍ଧୀ ଜୟନ୍ତୀରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି ପୂର୍ବତନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମାଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଏହି କାଂସ୍ୟ ପ୍ରତିମୂର୍ତ୍ତିର ଉଚ୍ଚତା ୧୬ ଫୁଟ। ମହାତ୍ମା କମଳ ମୁଦ୍ରାରେ ବସିଥିବା ଏହି ପ୍ରତିମୂର୍ତ୍ତିକୁ ପ୍ରସିଦ୍ଧ ଶିଳ୍ପକାର ରାମ ସୁତାର ନିର୍ମାଣ କରିଥିଲେ।

Share