Categories: ଜାତୀୟ

କାନାଡାରୁ ଆସିଲା ୧୦୦ବର୍ଷ ପୁରୁଣା ମା’ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି, କାଶୀ ବିଶ୍ୱନାଥ ମନ୍ଦିରରେ ହେବ ସ୍ଥାପନ

ନୂଆଦିଲ୍ଲୀ,୧୧ ।୧୧: ବାରାଣସୀରୁ ଚୋରୀ ହୋଇଥିବା ମା’ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ନଭେମ୍ବର ୧୫ରେ କାଣୀ ବିଶ୍ୱନାଥ ମନ୍ଦିରରେ ସ୍ଥାପନ କରାଯିବ । ଏହି ମୂର୍ତ୍ତି ପାଖାପାଖି ୧୦୦ ବର୍ଷ ପୂର୍ବରୁ ଚୋରୀ ହୋଇ କାନାଡା ଚାଲିଯାଇଥିଲା । ନିକଟରେ ଏହାକୁ ଭାରତକୁ ଅଣାଯାଇଥିଲା । ନୂଆଦିଲ୍ଲୀରେ ବିଦେଶ ରାଜ୍ୟ ମନ୍ତ୍ରୀ ମିନାକ୍ଷି ଲେଖି କହିଛନ୍ତି ଏହି ମୂର୍ତ୍ତି ୧୫ ନଭେମ୍ବରକୁ କାଶୀ ବିଶ୍ୱନାଥ ମନ୍ଦିରରେ ସ୍ଥାପନ କରାଯିବ । ଗୁରୁବାର ଏହି ମୂର୍ତ୍ତିର ଯାତ୍ରା ଆରମ୍ଭ କରାଯାଇଛି । ଏହା କାଶୀ ବିଶ୍ୱନାଥ ମନ୍ଦିରରେ ଶେଷ ହେବ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଏହି ମୂର୍ତ୍ତି ସ୍ଥାପନ କରାଯିବ ବୋଲି ୟୁପି ସରକାରଙ୍କ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅବନିଶ କୁମାର ଅବସ୍ତି ସୂଚନା ଦେଇଛନ୍ତି ।

Share