ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜାମସେଦପୁରର ବିଷ୍ଟୁପୁର ରୋଡଠାେରେ ଅବସ୍ଥିତ ଶ୍ରୀଲେଦର୍ସର ଗ୍ରାଣ୍ଡ୍‌ ଶୋ’ରୁମ୍‌ ମୁଖ୍ୟ ପ୍ରବେଶ ପଥରେ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଥିଲା।

ଏହି ଅବସରରେ ଶ୍ରୀଲେଦର୍ସର ସହଭାଗୀ ଶେଖର ଦେ, ଜ୍ୟୋତ୍ସ୍ନା ଦେ, ସୁଶାନ୍ତୋ ଦେ, ପୂଜରିନୀ ଦେଙ୍କ ସମେତ ନିଲ ଭଟ୍ଟାଚାର୍ଯ୍ୟ, ଉଷଶି ଦେ, ଭବଶ ଦେବ ପ୍ରମୁଖ ଉପସ୍ଥିତ ରହି ଦେଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏ ନେଇ ଶ୍ରୀଲେଦର୍ସର ସହଭାଗୀ ଶେଖର ଦେ କହିଛନ୍ତି, ତାଙ୍କ ପିତାଙ୍କ ସାଙ୍ଗମାନଙ୍କ ମଧ୍ୟରେ କେବଳ ଜଣେ ବନ୍ଧୁ ଭବଶ ଦେବ ଜୀବିତ ଏବଂ ତାଙ୍କୁ ଦେଖି ସେ ବହୁତ ଖୁସି ଅନୁଭବ କରୁଛନ୍ତି। ଏପରିକି ଶାରୀରିକ ଅସୁବିଧା ମଧ୍ୟରେ ସୁରେଶ ଚନ୍ଦ୍ର ଦେଙ୍କୁ ସମ୍ମାନ ଜଣାଇବାକୁ ଆସିଥିବାରୁ ମୁଁ ଶ୍ରୀ ଦେବଙ୍କୁ କୃତଜ୍ଞତା ଜଣାଉଛି।

ସେହିଭଳି ଦେ କହିଛନ୍ତି,୧୯୫୨ରେ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସୁରେଶ ଚନ୍ଦ୍ର ଦେ ଜାମସେଦପୁରର ଏକ ଛୋଟ ବ୍ୟବସାୟରୁ କମ୍ପାନୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଜି ଶ୍ରୀଲେଦର୍ସ ଦେଶର ପ୍ରାୟ ପ୍ରତ୍ୟେକ ରାଜ୍ୟର ପ୍ରମୁଖ ସହରରେ ଶୋ’ରୁମ୍‌ ଖୋଲି ତା’ର କାରବାର ସହ ବ୍ୟବସାୟ ସମ୍ପ୍ରସାରଣରେ ସଫଳ ହୋଇଛି। କମ୍ପାନୀର କମାଣ୍ଡ୍‌ ବର୍ତ୍ତମାନ ଶ୍ରୀଲେଦର୍ସ ପରିବାରର ନୂତନ ପିଢ଼ିଙ୍କ ହାତରେ ରହିଛି।

ନୂତନ ପିଢ଼ି ପ୍ରତିଷ୍ଠାତାଙ୍କ ଦୃଷ୍ଟିକୁ ଆଗକୁ ବଢାଇ ତା’ର ବିସ୍ତାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଆଜି ଶ୍ରୀଲେଦର୍ସ ସମଗ୍ର ଦେଶରେ ୩୬ରୁ ଏକ୍ସକ୍ଲୁସିଭ ଆଉଟଲେଟ ଜରିଆରେ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସେବା ଓ କର୍ମନିଯୁକ୍ତି ଯୋଗାଇଦେଇଛି ଏବଂ ଗ୍ରାହକଙ୍କୁ କମ୍‌ ମୂଲ୍ୟରେ ଉଚ୍ଚମାନର ଉତ୍ପାଦ ମଧ୍ୟ ଯୋଗାଉଛି। ସେହିଭଳି ଶ୍ରୀଲେଦର୍ସର ସହଭାଗୀ ସୁଶାନ୍ତୋ ଦେ କହିଛନ୍ତି, ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀଠାରେ ବ୍ରାଣ୍ଡ୍‌ର ଏକ୍ସକ୍ଲୁସିଭ ଶୋ’ରୁମ୍‌ ରହିଛି। ଏହା ବ୍ୟତୀତ କମ୍ପାନୀ ଅନ୍ୟ ରାଜ୍ୟରେ ମଧ୍ୟ ତା’ର କାର୍ଯ୍ୟ ବିସ୍ତାର କରିବାକୁ ଚିନ୍ତା କରୁଥିବାବେଳେ ଶ୍ରୀଲେଦର୍ସ ସ୍ପୋଟର୍‌ସ ସୁଜ୍‌ (କ୍ରୀଡ଼ା ଜୋତା)ର ପରିସର ବୃଦ୍ଧି ଉପରେ ମଧ୍ୟ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସକୁ ୯୦୦୦ ଟଙ୍କା ରୋଜଗାର କରିବାକୁ ଚାହାନ୍ତି କି? ପୋଷ୍ଟ ଅଫିସର ଏହି ଯୋଜନା ଜବରଦସ୍ତ; ନିବେଶ କରି… 

ନୂଆଦିଲ୍ଲୀ,୨୬।୧୦: ଭାରତର ସର୍ବପୁରାତନ ଅନୁଷ୍ଠାନ ମଧ୍ୟରୁ ପୋଷ୍ଟ ଅଫିସ(ଡାକଘର) ଅନ୍ୟତମ। ଏହା ଡାକ ସମ୍ବନ୍ଧୀୟ ସୁବିଧା ମିଳିବା ସହିତ ବିନିଯୋଗ ଲାଗି ଆକର୍ଷଣୀୟ ବିକଳ୍ପ ପ୍ରଦାନ...

ଆଇଡିବିଆଇର ଆର୍ଥିକ ଫଳାଫଳ

ନୂଆଦିଲ୍ଲୀ,୨୬।୧୦: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ଓ ଚଳିତ...

ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୬।୧୦: ବର୍ତ୍ତମାନ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏପରିକି ଆମାଜନ୍‌.ଇନ୍‌ରେ ଭଲ ଅଫର, ବଡ଼ ସଞ୍ଚୟ, ବ୍ଲକ୍‌ ବଷ୍ଟର ମନୋରଞ୍ଜନ ଏବଂ...

ରିଲାଏନ୍ସ ଡିଜିଟାଲରେ ଫେଷ୍ଟିଭାଲ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ

ମୁମ୍ବାଇ,୨୬।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦୀପାବଳିରେ ମଧ୍ୟ ରିଲାଏନ୍ସ ଡିଜିଟାଲର ଇଲେକ୍ଟ୍ରୋନିକ୍ସ ମହୋତ୍ସବ ପାଳନ କରାଯାଉଛି। ଏପରିକି ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ...

ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ

ଭୁବନେଶ୍ୱର,୨୬।୧୦ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ସର୍ବପୁରାତନ ଗହଣା ବ୍ରାଣ୍ଡ୍‌ ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ ‘ରୌନକ ୱାଲି ଦିୱାଲି’ର ଶୁଭାରମ୍ଭ...

ଦିନକରେ ନିବେଶକ ହରାଇଲେ ୬ଲକ୍ଷ କୋଟି

ମୁମ୍ବାଇ,୨୬।୧୦: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଥିଲାବେଳେ ପୁଞ୍ଜିବଜାରର ନିବେଶକମାନେ ଆଶା ଆଶଙ୍କା ମଧ୍ୟରେ କାରବାର କରୁଛନ୍ତି। ଏପରିକି ଚଳିତ କାର୍ଯ୍ୟ...

ଟ୍ରେନ୍‌ରେ ମିଳୁଥିବା କମ୍ବଳ-ଚାଦର କେତେ ଥର ଧୂଆ ଯାଇଥାଏ? ରେଲଓ୍ବେ କଲା ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ। ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯଦି ଆପଣ...

ସର୍ବଭାରତୀୟ ସ୍ତରରେ ସେବା ଦିବସ ପାଳିତ, ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ: ଶାଲୁ ଜିନ୍ଦଲ

ନୂଆଦିଲ୍ଲୀ,୨୩।୧୦: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସାମାଜିକ ପ୍ରତିଷ୍ଠାନ (ସଙ୍ଗଠନ) ଜିନ୍ଦଲ ଫାଉଣ୍ଡେଶନ ପକ୍ଷରୁ ଫାଉଣ୍ଡେଶନର ଅଧ୍ୟକ୍ଷା ତଥା ବିଶିଷ୍ଟ ସାମାଜିକ କର୍ମୀ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri