Categories: ଜାତୀୟ

ଅକ୍ଟୋବର ୧୭ରୁ ଖୋଲିବ ଷ୍ଟାଚ୍ୟୁ ଅଫ୍‌ ୟୁନିଟି

ଅହମଦାବାଦ,୧୪।୧୦-ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତୀ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଅକ୍ଟୋବର ୧୭ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ମହାମାରୀ କରୋନା ସକାଶେ ଗୁଜୁରାଟ ସରକାର ଏହାକୁ ମାର୍ଚ୍ଚ ମାସରୁ ବନ୍ଦ ରଖିଥିଲେ। ତେବେ କରୋନା ଗାଇଡଲାଇନ ଅନୁସାରେ ଏହାର ପରିଚାଳନା ହେବ। ପର୍ଯ୍ୟଟକମାନେ ଗାଇଡଲାଇନ ଅନୁସରଣ କରି ଭିତରକୁ ପ୍ରବେଶ କରିବେ ବୋଲି ଜଣାପଡିଛି। ସାମାଜିକ ଦୂରତା ସହିତ ଗୋଟିଏ ଦିନରେ ମାତ୍ର ୨,୫୦୦ ପର୍ଯ୍ୟଟକଙ୍କୁ ପରିଦର୍ଶନ ପାଇଁ ଅନୁମତି ମିଳିବ। ସେହିପରି ୫୦୦ ପର୍ଯ୍ୟଟକଙ୍କୁ ଷ୍ଟାଚ୍ୟୁର ୧୯୩ ମିଟର ବିଶିଷ୍ଟ ହାଇ ଗ୍ୟାଲେରୀକୁ ଯିବାକୁ ଅନୁମତି ଦିଆଯିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ଗୁଜୁରାଟର ନର୍ମଦା ନଦୀ କୂଳରେ ଏହି ପ୍ରତିମୂର୍ତ୍ତୀ ଅବସ୍ଥିତ।

Share