ଗଞ୍ଜାମ,୨୩ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରରେ ଦୀର୍ଘ ବର୍ଷ ହେଲା ରହିଥିବା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଏବେ ଅଲୋଡ଼ା ହୋଇପଡିଛି। ମୂର୍ତ୍ତିଟିକୁ ଭଙ୍ଗାଯାଇଥିବା ଯୋଗୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେଉଁ କାରଣରୁ ମୂର୍ତ୍ତିଟିକୁ ଭଙ୍ଗାଯାଇଛି ତାହା ଜଣା ପଡ଼ିନାହିଁ।
ହେଲେ ଭାରତର ସୁଯୋଗ୍ୟ ସନ୍ତାନ, ଯାହାଙ୍କ ପ୍ରତିମୂର୍ତ୍ତିକୁ ଜନଗହଳିପୂର୍ଣ୍ଣ ସ୍ଥାନରୁ ଏପରି ଅପମାନିତ କରି ହଟାଇବା ନିନ୍ଦନୀୟ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି l ତୁରନ୍ତ ଜିଲା ପ୍ରଶାସନ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।