ବିଭିନ୍ନ ଜିଲାରେ ସ୍ଥାପିତ ହେବ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି, ଜାଣନ୍ତୁ କେଉଁଠି କାହାର…

ଭୁବନେଶ୍ୱର, ୧୬ା୧୦: ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହେବ। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ସ୍ଥାପନା ନିମନ୍ତେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ସ୍ଥାପନା କାର୍ଯ୍ୟନିମନ୍ତେ ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ବିଭିନ୍ନ ଲୋକପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଜିଲ୍ଲା ପ୍ରଶାସନ ଠାରୁ ହସ୍ତଗତ ହୋଇଥିବା ପ୍ରସ୍ତାବ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ଏକ ସାରଣୀ ପ୍ରସ୍ତୁତ କରାଯାଇଥିଲା।

ଏହିକ୍ରମରେ କେନ୍ଦ୍ରାପଡାରେ ଭଜନ ସମ୍ରାଟ ଭିକାରୀ ବଳ, ବଲାଙ୍ଗୀରରେ ଧରମସିଂହ ମାନ୍ଧାତା ମାଝୀ, ଭୁବନେଶ୍ୱରରେ କୁନ୍ତଳା କୁମାରୀ ସାବତ, କବି ଶେଖର ଚିନ୍ତାମଣୀ ମହାନ୍ତି, ବ୍ରହ୍ମପୁରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଭଦ୍ରକରେ ଗୋକୁଳାନନ୍ଦ ମହାନ୍ତି, କେନ୍ଦୁଝରରେ ରତନା ନାୟକ, ସମ୍ବଲପୁରରେ ଅଟଳବିହାରୀ ବାଜପେୟୀ ଓ ବୀର ସୁରେନ୍ଦ୍ର ସାଏ, କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ, ମଧୁସୂଦନ ଦାସ, ଅଟଳ ବିହାରୀ ବାଜପେୟୀ, ବରଗଡ଼ରେ ଗଙ୍ଗାଧର ମେହେର, ବାଲେଶ୍ୱରରେ ଫକୀର ମୋହନ ସେନାପତି, ବାଘାଯତୀନ, ପୁରୀ ଡେଲାଙ୍ଗରେ ବୌଦ୍ଧଧର୍ମ ବିଶାରଦ ଡିଗନାଗ, ମାଲକାନଗିରିରେ ତାମ୍ମା ଦୋରା ଏବଂ ଭୁବନରେ ବାଜିରାଉତଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନିମନ୍ତେ ନିଷ୍ପତି ନିଆଯାଇଛି। ସେହିପରି ଭାବେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ପ୍ରଥମ ଓଡ଼ିଆ ଶଙ୍କରାଚାର୍ଯ୍ୟ ଶ୍ରୀଧର ସ୍ୱାମୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନା କରାଯିବାର ନିଷ୍ପତ୍ତି ନିଆ ଯାଇଛି।

ସଂସ୍କୃତି ମନ୍ତ୍ରୀ ସୂରଜ କହିଛନ୍ତି ଯେ, ଭାରତବର୍ଷର ସ୍ୱାଧୀନତା, ଓଡ଼ିଶା ପ୍ରଦେଶର ସ୍ୱତନ୍ତ୍ରତା, ଆମ ଭାଷା ଓ ସାହିତ୍ୟକୁ ନିଜର ଲେଖନୀ ଚାଳନା ମାଧ୍ୟମରେ ରୁଦ୍ଧିମନ୍ତ କରିବା ଏବଂ ଓଡ଼ିଶାର ଐତିହ୍ୟ ଏବଂ ଓଡ଼ିଆ ସଂସ୍କୃତିର ମୂଲ୍ୟବୋଧକୁ ବଜାୟ ରଖିବା ଦିଗରେ ଆମ ବରପୁତ୍ରମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଆମ ସ୍ୱାଧୀନତା ଓ ସ୍ୱାଭିମାନ ପାଇଁ ବଳିଦାନ ଦେଇଥିବା ଏବଂ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ରକ୍ଷକ ଭାବେ କାର୍ଯ୍ୟକରିଥିବା ବରପୁତ୍ରମାନେ ହେଲେ ଆମ୍ଭମାନଙ୍କ ପାଇଁ ଚିରନମସ୍ୟ। ସେମାନଙ୍କର କାର୍ଯ୍ୟ ଏବଂ ମୂଲ୍ୟବୋଧ ଚିରସ୍ମରଣୀୟ ଓ ଆମ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ।

ତେଣୁ ପ୍ରାଥମିକତା ଭିତ୍ତିରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ସ୍ଥାପନା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ସୂରଜ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳଦ ଖୋଜିବାକୁ ଯାଇଥିଲେ, ଟାଣିନେଲା କୁମ୍ଭୀର, ଚିତ୍କାର ଶୁଣି…

ମହାକାଳପଡ଼ା,୧୬ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଳଦ ଖୋଜିବା ହେଲା କାଳ। ନଦୀକୂଳରେ ଛକି ରହିଥିଲା ବଉଳା କୁମ୍ଭୀର। ନାଳି ପାର୍ଶ୍ୱରେ ବଳଦ ଖୋଜିବାକୁ ଯାଇଥିବା ଶଙ୍କର ସାମନ୍ତ(୫୦)ଙ୍କୁ...

ପୁଣି ବିବାଦରେ ଛନ୍ଦିହେଲେ ବରଗଡ଼ ଧନୁଯାତ୍ରାର କଂସ ହୃଷୀକେଶ ଭୋଇ, ଲାଞ୍ଚ ନେଇ…

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ଆଉମାତ୍ର ଅଢ଼େଇ ମାସ ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଏହି ମହୋତ୍ସବ ଆରମ୍ଭ...

ଝିଅଙ୍କୁ ଛୁରି ଭୁସି ହତ୍ୟାକଲେ ବାପା

ଚିତ୍ରକୋଣ୍ଡା,୧୬ା୧୦(ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ): ବାପା ସାଜିଲେ ସଇତାନ। ଜନ୍ମିତ ଶିଶୁକନ୍ୟାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ଏପରି ଘଟଣା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ...

ଝିଅ ଆଗରେ ସ୍ତ୍ରୀଙ୍କ ଗଳା କାଟିଦେଲେ ସ୍ବାମୀ, ଆଉ ତା’ ପରେ…

କାଲିମେଳା,୧୬ା୧୦(ଜୀବନକୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମ୍‌ପିଭି ୨୩ ଗ୍ରାମରେ ବୁଧବାର ସକାଳେ ଜଣେ ମହିଳାଙ୍କ ଗଳାକୁ ତାଙ୍କ ସ୍ବାମୀ ଛୋଟ ଝିଅ...

୫ ବର୍ଷର ସାବତ ପୁଅକୁ କୂଅରେ ପକାଇ ହତ୍ୟା କଲା ମା’

ସୁନ୍ଦରଗଡ଼,୧୬ା୧୦: ୫ ବର୍ଷର ସାବତ ପୁଅକୁ କୂଅରେ ପକାଇ ହତ୍ୟା କରିଛି ମା’। ଏଭଳି ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲାର ଲାଠିକଟା ଅଞ୍ଚଳରେ। ଏକ...

କଟକ ବାଲିଯାତ୍ରାରେ ଏଥର ବଲିଉଡ୍‌ ନାଇଟ୍‌, ଆକର୍ଷଣ ପାଲଟିବେ ଏହି ବଡ଼ ଷ୍ଟାର୍‌

କଟକ,୧୬ା୧୦(ଶିଳ୍ପା ପ୍ରିୟଦର୍ଶିନୀ): ଏଥର କଟକ ବାଲିଯାତ୍ରାରେ ହେବ ବଲିଉଡ୍‌ ନାଇଟ୍‌ ଶୋ’ । ଏନେଇ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି। ଜିଲାପାଳଙ୍କ...

ପୁରୀ ସହରକୁ ଜଗିବ ସିସିଟିଭି

ପୁରୀ,୧୬ା୧୦: ପୁରୀ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ସିସିଟିଭି ଲାଗିବ। ଏନେଇ ରାଜ୍ୟ ସରକାରଙ୍କୁ...

ଆଇନମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ହଟିବ ଅଦରକାରୀ…

ଭୁବନେଶ୍ୱର,୧୬ା୧୦: ରାଜ୍ୟ ସରକାର ଖୁବ୍‌ଶୀଘ୍ର ଲ-ରିଭିଜନ କମିଶନ ଗଠନ କରିବେ। କମିଶନ ଗଠନ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଅପ୍ରାସଙ୍ଗିକ ଓ ଅଦରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri