ନିଶାଠୁ ଦୂରରେ ଏହି ଅଭିନେତା

ବଲିଉଡ୍ର ଆକ୍ସନ ହିରୋ ଟାଇଗର ଶ୍ରଫ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କାହା ସହିତ ଶେୟାର କରିବାକୁ ପସନ୍ଦ କରି ନ ଥାନ୍ତି। ଆମେରିକୀୟ ସ୍କୁଲ ଅଫ ବମ୍ବେରୁ ଟାଇଗର ଶ୍ରଫ ତାଙ୍କର ପାଠପଢା ଆରମ୍ଭ କରିଥିଲେ । ସେ ‘ହିରୋପନ୍ଥୀ’, ‘ବାଗୀ’ ଏବଂ ‘ୱାର’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।
ପ୍ରଥମ ଫିଲ୍ମ ପରେ ଲୋକେ ଟାଇଗରଙ୍କୁ ବହୁତ ଟ୍ରୋଲ କରିଥିଲେ । କେହି କେହି ଟାଇଗର ଶ୍ରଫଙ୍କ ଗୋଲାପୀ ଓଠକୁ ପରିହାସ କରୁଥିଲେ । କେହି କେହି ତାଙ୍କୁ ଝିଅ ଭଳିି ଲାଗୁଥିବା କହିଥିଲେ । କିନ୍ତୁ ପରବର୍ତ୍ତୀ ଫିଲ୍ମରେ ଟାଇଗର ଜଣେ ଭଲ ଆକ୍ସନ ଅଭିନେତା ଭାବରେ ପ୍ରମାଣିତ ହୋଇଥିଲେ । ସେ ମଧ୍ୟ ଜଣେ ଭଲ ନୃତ୍ୟଶିଳ୍ପୀ ୨୦୧୪ରେ, ତାଙ୍କୁ ଟାଏକୋଣ୍ଡୋରେ ‘ବ୍ଲାକ ବେଲ୍ଟ’ ପ୍ରଦାନ କରାଯାଇଥିଲା । ଇଣ୍ଡଷ୍ଟ୍ରିରେ ଅଳ୍ପ କିଛି କଳାକାରଙ୍କ ମଧ୍ୟରୁ ଟାଇଗର ସିଗାରେଟ କିମ୍ବା ମଦ୍ୟପାନ କରନ୍ତି ନାହିଁ ।

Share