Categories: ଜାତୀୟ

ଦି କେରଳ ଷ୍ଟୋରି ଉପରେ ରୋକ ମାମଲା: ଶୀଘ୍ର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୫ : କେରଳର ଜିହାଦ ଏବଂ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇଥିବା ଅଣ-ମୁସଲମାନ ଝିଅଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଦି କେରଳ ଷ୍ଟୋରି ଉପରେ ରୋକ ମାମଲା ଆବେଦନ ଉପରେ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି, ସେନ୍ସର ବୋର୍ଡ ଏହି ଚଳଚ୍ଚିତ୍ରକୁ ସବୁଜ ସଙ୍କେତ ଦେଇଛି, ତେଣୁ ଆବେଦନକାରୀ ଏହି ଚଳଚ୍ଚିତ୍ରର ପ୍ରମାଣପତ୍ରକୁ ଚ୍ୟାଲେଞ୍ଜ କରିବା ସହ ସମ୍ପୃକ୍ତ ସଂସ୍ଥାକୁ ଆବେଦନ କରିବା ଉଚିତ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜଷ୍ଟିସ କେଏମ ଜୋସେଫ ଏବଂ ଜଷ୍ଟିସ ବି.ଭି ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ କହିଛନ୍ତି, ଫିଲ୍ମ ସମ୍ବନ୍ଧୀୟ ଆବେଦନକୁ ଘୃଣା ଭାଷଣ ଆବେଦନ ସହିତ ମିଶ୍ରଣ କରାଯାଇପାରିବ ନାହିଁ। ଏହା ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରସଙ୍ଗ। କଂଗ୍ରେସର ପୂର୍ବତନ ନେତା ତଥା ବରିଷ୍ଠ ଆଡଭୋକେଟ କପିଲ ସିବଲ ଏବଂ ଆଡଭୋକେଟ ନିଜାମ ପାଶା ସୁପ୍ରିମକୋର୍ଟରେ ଦି କେରଳ ଷ୍ଟୋରି ଉପରେ ପ୍ରତିବନ୍ଧକ ଲଗାଇ ଏହି ଚଳଚ୍ଚିତ୍ର ଘୃଣାର ବକ୍ତବ୍ୟକୁ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ଆଣିଥିଲେ।

 

Share