ଡେରାଡୁନ,୫।୧ : ଉତ୍ତରାଖଣ୍ଡ ହାଲଦ୍ୱିନରେ ରେଲଓ୍ବେର ୭୮ ଏକର ଜମିରେ ବେଆଇନ ଭାବେ ବାସ କରୁଥିବା ୪ ହଜାର ପରିବାରର ୫୦ ହଜାର ଲୋକଙ୍କ ଉପରେ ଥିବା ସଙ୍କଟ ଟଳି ଯାଇଛି। ସୁପ୍ରିମ୍କୋର୍ଟ ସେମାନଙ୍କର ଘର ଭଙ୍ଗା ଉପରେ ଗୁରୁବାର ରୋକ ଲଗାଇଛନ୍ତି। ସେମାନଙ୍କୁ ଅନ୍ୟତ୍ର ଯିବା ଲାଗି ଦିଆଯାଇଥିବା ଏକ ସପ୍ତାହ ସମୟ ସୀମା କମ୍ ବୋଲି ଶୀର୍ଷ କୋର୍ଟ କହିଛନ୍ତି।
ବିଚାରପତି ସଞ୍ଜୟ କିଶନ କୌଲ ଏବଂ ଅଭୟ ଏସ ଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବାସ କରୁଥିବା ଲୋକଙ୍କର ଥଇଥାନ ଉପରେ ପ୍ରଥମେ ଆଲୋଚନା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।