ଗ୍ରୀଷ୍ମରେ ବେହାଲ ଆମେରିକାବାସୀ, ଘୋଷଣା ହେଲା ହିଟ ଏମରଜେନ୍ସି

ଓ୍ବାଶିଂଟନ,୨୯।୭: ଆମେରିକାରେ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ମିଡଓ୍ବେଷ୍ଟ ଓ ଇଷ୍ଟ କୋଷ୍ଟରେ ବିଶ୍ୱାସ ନ ହେବା ଭଳି ଗରମ ଅନୁଭୁତ ହୋଇଛି। ଏହା ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶଙ୍କା କରାଯାଉଛି। ଜାତୀୟ ପାଣିପାଗ ସେବା (ଏନଡବ୍ଲୁଏସ) କହିଛି ଯେ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଆମେରିକାର ୧୭୦ମିଲିୟନ ବା ୧୭ କୋଟିରୁ ଅଧିକ ଲୋକଙ୍କ ପାଇଁ ଅତ୍ୟଧିକ ଉତ୍ତାପ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନରେ ହିଟ ଇଣ୍ଡେsକ୍ସ ରିଡିଂ ଅନେକ ସ୍ଥାନରେ ୧୦୦ ଡିଗ୍ରୀ ଫାରେନହାଇଟ (୩୮ ଡିଗ୍ରୀ ସେଲସିୟସ) ଉପରକୁ ଚାଲଇଯାଇଥିଲା।
ସିକାଗୋ, ନ୍ୟୁୟର୍କ ଏବଂ ଫିଲାଡେଲଫିଆ ସମେତ ଦେଶର କେତେକ ବଡ ସହର ଗରମ ତାପମାତ୍ରାକୁ ଏଡାଇବାକୁ ଅସମର୍ଥ ଲୋକମାନଙ୍କ ପାଇଁ ସର୍ବସାଧାରଣ ଲାଇବ୍ରେରୀ ଏବଂ କମ୍ୟୁନିଟି ସେଣ୍ଟରରେ କୁଲିଂ ସେଣ୍ଟର ଖୋଲିଛନ୍ତି। ଅତ୍ୟଧିକ ଉତ୍ତାପ ସ୍ବାସ୍ଥ୍ୟ ପାଇଁ ବିପଦ ହୋଇପାରେ ଏବଂ ଏହା ସାଂଘାତିକ ମଧ୍ୟ ହୋଇପାରେ ବୋଲି ବୋଷ୍ଟନ ସହର ଉତ୍ତାପ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରେ ନିଜ ୱେବସାଇଟରେ କହିଛି।
ଆମେରିକାର ସହରର ଅଧିକାରୀ ତଥା ଭବିଷ୍ୟବାଣୀକାରୀମାନେ ବାହାରେ କାମ କରୁଥିବା କିମ୍ବା ବାହାରେ ରହୁଥିବା ଲୋକଙ୍କୁ, ୬୫ବର୍ଷରୁ ଅଧିକ ବୟସ୍କ, ଶିଶୁ ଏବଂ କ୍ରନିକ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଗରମ ପାଗରେ ବାହାରକୁ ନ ଯିବାକୁ ଅନୁରୋଧ କରିଛନ୍ତି। କାରଣ ଉତ୍ତାପ ସ୍ବାସ୍ଥ୍ୟ ପାଇଁ ବିପଦଜନକ ଅଟେ। ଏନଡବ୍‌ଲୁଏସ କହିଛି, ପ୍ରଚୁର ପରିମାଣାର ତରଳ ପଦାର୍ଥ ପିଅନ୍ତୁ, ଶୀତତାପ ନିୟନ୍ତ୍ରିତ କୋଠରୀରେ ରୁହନ୍ତୁ, ସୂର୍ଯ୍ୟଙ୍କଠାରୁ ଦୂରେଇ ରୁହନ୍ତୁ ଏବଂ ସମ୍ପର୍କୀୟ ତଥା ପଡ଼ୋଶୀମାନଙ୍କର ଯତ୍ନ ନିଅନ୍ତୁ, ଏବଂ ପବ୍ଲିକ ପୁଲ ଏବଂ ସ୍ପ୍ରେ ଗ୍ରାଉଣ୍ଡ ଶୁକ୍ରବାର ଓ ଶନିବାର ସର୍ବସାଧାରଣଙ୍କ ପାଇଁ କିଛି ଘଣ୍ଟା ବୃଦ୍ଧି କରିଛ।

Share