Categories: ଜାତୀୟ

ଯିଏ ଯେଉଁଠି ଅଛ, ସେଇଠି ରୁହ: ଦୂତାବାସ

ନୂଆଦିଲ୍ଲୀ,୨୪ା୨: ୟୁକ୍ରେନ ଉପରେ ଗୁରୁବାର ରୁଷିଆ ଆକ୍ରମଣ କରିଛି। ଏହା ପରେ ୟୁକ୍ରେନରେ ସ୍ଥିତି ଗମ୍ଭୀର ରହିଛି। ଇତି ମଧ୍ୟରେ ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ପରାମର୍ଶ ଦେଇଛି କ୍ୱିଭ୍‌ସ୍ଥିତ ଭାରତୀୟ ଦୂତାବାସ। ଯିଏ ଯେଉଁଠି ଅଛନ୍ତି ସେଠି ରୁହନ୍ତୁ। ଶାନ୍ତ ଏବଂ ସୁରକ୍ଷିତ ରୁହନ୍ତୁ। ଘର, ହଷ୍ଟେଲ, ଅସ୍ଥାୟୀ ଶିବିର ଯିଏ ଯେଉଁଠି ଅଛନ୍ତି, ସେଇଠି ରୁହନ୍ତୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।

Share