ହାଇସ୍କୁଲରେ ପଶି ଭଙ୍ଗାରୁଜା ସହ ଚୋରି, ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର

ପୁରୁଷୋତ୍ତମପୁର/କବିସୂର୍ଯ୍ୟନଗର,୧୩ା୨(ସୀମାଞ୍ଚଳ ମିଶ୍ର/କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଖରିଡ଼ା କାଳେଶ୍ୱର ଉଚ୍ଚ ବିଦ୍ୟାଳୟରୁ ବାରମ୍ବାର ଚୋରି ହେବାରେ ଲାଗିଛି। ଫଳରେ ଏଥିଯୋଗୁ ପିଲାଙ୍କ ପାଠପଢ଼ାରେ ବ୍ୟାହତ ହେଉଥିବା ବେଳେ ଏଥିପ୍ରତି ପୋଲିସ ଗୁରୁତ୍ୱ ଦେଉ ନ ଥିବାର ପ୍ରତିବାଦରେ ଛାତ୍ରୀଛାତ୍ର ବୁଧବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାର ଖବରପାଇ ବଡ଼ଖରିଡ଼ା ସରପଞ୍ଚଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ଦଳେଇ ଘଟଣାସ୍ଥଳରେ ପହଞ୍ଚି ପିଲାଙ୍କୁ ବୁଝାସୁଝା କରି ଆନ୍ଦୋଳନକୁ ହଟାଇଥିଲେ। ଘଟଣାରୁ ଜାଣିବାକୁ ମିଳିଛି ଯେ, ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ବିଦ୍ୟାଳୟରେ ପଶି ସରକାରଙ୍କ ୫ଟି ଯୋଜନାରେ ନିର୍ମାଣ ହୋଇଥିବା କୋଠାର ଫାଟକ ଭାଙ୍ଗି ଟିଭି ଭଙ୍ଗାରୁଜା କରିବା ସହ ସିସି ଟିଭି, ଡିପିଆର, ଇନଭର୍ଟର ସହିତ ବିଭିନ୍ନ ସାମଗ୍ରୀ ଚୋରି କରିନେଇଯାଇଛନ୍ତି। ବୁଧବାର ସକାଳେ ଶିକ୍ଷୟିତ୍ରୀ/ଶିକ୍ଷକମାନେ ବିଦ୍ୟାଳୟ ଆସି ଚୋରି ଘଟଣା ଦେଖି କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଗତମାସ ୨୫ ତାରିଖଠାରୁ ଇତି ମଧ୍ୟରେ ବିଦ୍ୟାଳୟରେ ୫ଥର ଚୋରିଛି। ଏନେଇ ପୋଲିସରେ ବାରମ୍ବାରର ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାନେଇ ପ୍ରଧାନ ଶିକ୍ଷୟିତ୍ରୀ ବନ୍ଦନା ପଣ୍ଡା କହିଛନ୍ତି। ଅନ୍ୟ ପଟେ ପିଲାଙ୍କ ପରୀକ୍ଷା ଆଉ କମ୍‌ ଦିନ ରହିଥିବାବେଳେ ଏଭଳି ଚୋରି ଓ ଭଙ୍ଗାରୁଜା ଯୋଗୁ ପାଠପଢ଼ାରେ ବ୍ୟାହତ ଘଟୁଥିବାବେଳେ ପୋଲିସ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବାର ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରି ଏଥିପ୍ରତି ଗଞ୍ଜାମ ଏସ୍‌ପି ଓ ପୁରୁଷୋତ୍ତମପୁର ଏସ୍‌ଡିପିଓ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବା ଲାଗି ଦାବି କରିଛନ୍ତି। କବିସୂର୍ଯ୍ୟନଗର ପୋଲିସ ସ୍କୁଲକୁ ଆସି ତଦନ୍ତ କରିଛନ୍ତି। ଏଥିନେଇ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ସହ ଯୋଗାଯୋଗ କରାଯିବାରୁ ଏହାଚୋରି ନାହିଁ ଦୁଇ ଗୋଷ୍ଠୀ ହୋଇ ଏଭଳି କରିବାରେ ଲାଗିଛନ୍ତି। ଏହାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ମାମଲା: ଜନସାଧାରଣଙ୍କ ଅଧିକାର ଓ ନ୍ୟାୟିକ ବିଜୟ

ଓଡ଼ିଶାର ପୁରୀ ଜିଲାର ୨୨ଟି ମୌଜାର ଚାଷୀଙ୍କ ଜମି ରକ୍ଷା ପାଇଁ ଏକ ଦୀର୍ଘ ସଂଘର୍ଷର କାହାଣୀ ଆଜି ମଧ୍ୟ ଆଲୋଚନାର ବିଷୟ ହୋଇରହିଛି। ବେଦାନ୍ତ...

ଛାତ୍ରବାସରେ ପ୍ରେମିକାଙ୍କୁ ପାଖରେ ରଖିବା ପାଇଁ ସୁଟ୍‌କେସ୍‌ରେ ପୁରାଇଲେ

ସୋନିପଥ, ୧୩।୪: ହରିୟାଣା ସୋନିପଥସ୍ଥିତ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। ଜଣେ ଛାତ୍ର ନିଜ ପ୍ରେମିକାଙ୍କୁ ପାଖରେ ରଖିବା...

ଟ୍ରମ୍ପ୍‌ଙ୍କ ଟାରିଫ୍‌ ବିଶ୍ୱ ବାଣିଜ୍ୟକୁ ୩% ସଙ୍କୁଚିତ କରିପାରେ

ଜାତିସଂଘ,୧୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଥିବାରୁ ଏହା ବିଶ୍ୱ ବାଣିଜ୍ୟକୁ ୩ ପ୍ରତିଶତ ସଂକୁଚିତ...

ଅହଂକାର ରଖନି, ଗ୍ରୁପିଜମ୍‌ କରନାହିଁ: ନଡ୍ଡା

ଭୁବନେଶ୍ୱର (ସୁନିତ୍‌ ମିଶ୍ର)/ପୁରୀ (ଅଜିତ କୁମାର ମହାନ୍ତି), ୧୩ା୪: ପୁରୀ ସ୍ଥିତ ସ୍ବାମୀ ନାରାୟଣ ମୁଖ୍ୟ ମନ୍ଦିର ପରିସରରେ ଆୟୋଜିତ ଭାଜପାର ୨ ଦିନିଆ ପ୍ରଶିକ୍ଷଣ...

Kalabaisakhi in Odisha: ଆଲର୍ଟ, ଏସବୁ ଜିଲାରେ ଆଜି କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୧୩ା୪(ଅନୁରାଧା ମହାରଣା): କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ଜାରି ରହିଛି। ଶନିବାର ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର...

ରାଜ୍ୟପାଳ ଅଲୋଡ଼ା: ତାମିଲନାଡ଼ୁ ଆଣିଲା ୧୦ ଆଇନ

ଚେନ୍ନାଇ,୧୩/୪ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୧୦ ନୂଆ ଆଇନ ହେଲା ତାମିଲନାଡ଼ୁ ଫିଶେରିଜ୍‌ ୟୁନିଭର୍ସିଟି (ସଂଶୋଧନ) ଆଇନ-୨୦୨୦, ତାମିଲନାଡୁ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ...

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image